କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ହସ୍ପିଟାଲର କର୍ମଚାରୀଙ୍କ ନାଁରେ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗ। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ରକ୍ତ କର୍କଟ ହେବା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ କର୍ମଚାରୀ ଜଣଙ୍କ ମହିଳାଙ୍କୁ ସାହାଯ୍ୟ ନାଁରେ ସଂପର୍କ ବଢାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେବା ସହ ତାଙ୍କଠାରୁ ଟଙ୍କା ଠକି ନେଇଥିଲେ। ଅଧିକ ଚାପ ପଡିବାରୁ ମନ୍ଦିରରେ ବିବାହ ମଧ୍ୟ କରିଥିଲେ। କିନ୍ତୁ ଏବେ ତାଙ୍କୁ ଧରାଛୁଆଁ ଦେଉ ନାହାନ୍ତି। ଅସହାୟ ମହିଳା ଏବେ ନ୍ୟାୟ ପାଇବାକୁ ମହିଳା କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି।