ଏମ୍‌ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା

ସ୍କୁଟିରେ ଆସି ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର୍‌ ହେଲେ ।

ଏମ୍‌ସ  କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ଏମ୍‌ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା Photograph: (KanakNews)

ଭୁବନେଶ୍ବର: ଭୁବନେଶ୍ୱର ସରକାନ୍ତରାରେ ଗୁଳି ମାରି ହତ୍ୟା  ।  ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳି କରିଥିବା ଖବର ସାମ୍ନାକୁ ଆସିଛି  ।  ଗୁରୁତର ଅବସ୍ଥାରେ ଏମ୍ସରେ  ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର  । ତେବେ  ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଥିବା ସୂଚନା ମିଳିଛି ।  ସୂଚନା ମୁତାବକ, ସକାଳୁ ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ , ସେହି ସମୟରେ ଗୁଳିମାଡ ହୋଇଛି  । ଖାଲି ଏତିକି ନୁହେଁ ଏହି ଘଟଣାରେ ପୂର୍ବ ଶତ୍ରୁତା ରହିଥିବା ମଧ୍ୟ ଅନୁମାନ କରାଯାଉଛି ।   


ସେପଟେ ରାଜଧାନୀରେ  ବଢିଚାଲିଛି ଅପରାଧ ।  ଦିନ ଦିପ୍ରହରରେ କରାଯାଉଛି ହତ୍ୟା ।   ଆଉ ଅପରାଧ ଘଟାଇ ଖୁଲମଖୁଲା ବୁଲୁଛନ୍ତି ଅପରାଧି  କିନ୍ତୁ ଟେର୍  ପାଉନି  ପୁଲିସ୍‌ ।  ଏହି କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଥିଲା ।  ଗତ ୬ ତାରିଖ ରାତି ପାଖାପାଖି ୧୦ଟା ବେଳେ ସ୍କୁଟିରେ ଘରକୁ ଫେରୁଥିଲେ ପୀତବାସ । ଘର ପାଖରେ ଦୁର୍ବୃତ୍ତ ତାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରିଥିଲେ । ୨ ରାଉଣ୍ଡ ଗୁଳି ସିଧା ତାଙ୍କ ଛାତିରେ ଗଳି ଯାଇଥିଲା ।  ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅପରାଧି ।  ଆଜି ଏହି ମାମଲାରେ ପୁଲିସ ପୁଣି ୨ କୁଖ୍ୟାତ ଅପରାଧୀଙ୍କୁ ଉଠାଇ ଆଣି ପଟାରଉଚାର ଜାରି ରଖିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe