ସମ୍ବଲପୁର ଜେଲରେ ଏଡ୍‌ସ ସଂକ୍ରମଣ ଚିନ୍ତା : ଅଗଷ୍ଟରେ ୩, ସେପ୍ଟେମ୍ବରରେ ଜଣେ ଚିହ୍ନଟ

HIV ସଂକ୍ରମିତଙ୍କ ବୟସ ୨୪ରୁ ୨୫ ବର୍ଷ ହୋଇଥିବା ଜଣାପଡିଛି । ସଂପୃକ୍ତ ଯୁବକ କିଛି ମାସ ପୂର୍ବରୁ ଜେଲ୍ ଯାଇଥିଲେ। ରୁଟିନ୍ ଚେକଅପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ସ୍ବତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଜେଲରେ ଅଗଷ୍ଟ ମାସରେ ମଧ୍ୟ ୩ ଏଡ୍‌ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

7PM3

କନକ ବ୍ୟୁରୋ : ସମ୍ବଲପୁରର ମଣ୍ଡଳ କାରାଗାର, ଜେଲରେ ଏବେ ଏଡ୍ସ ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଜେଲରେ ଗତ ସେପ୍ଟେମ୍ବରରେ ଆଉ ଜଣେ ଏଡସ୍ ରୋଗୀ ଚିହ୍ନଟ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । HIV ସଂକ୍ରମିତଙ୍କ ବୟସ ୨୪ରୁ ୨୫ ବର୍ଷ ହୋଇଥିବା ଜଣାପଡିଛି । ସଂପୃକ୍ତ ଯୁବକ କିଛି ମାସ ପୂର୍ବରୁ ଜେଲ୍ ଯାଇଥିଲେ। ରୁଟିନ୍ ଚେକଅପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ସ୍ବତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଜେଲରେ ଅଗଷ୍ଟ ମାସରେ ମଧ୍ୟ ୩ ଏଡ୍‌ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ସମ୍ବଲପୁର ଜିଲ୍ଲାର ଓ ଜଣେ ବାହାର ଜିଲ୍ଲାର ଥିବା ଜଣାପଡିଛି । 

ଜେଲ ଭିତରେ କେମିତି ବଢୁଛି ଏଡ୍‌ସ ?
ସେପ୍ଟେମ୍ବର ମାସରେ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାରେ ପରୀକ୍ଷା କରାଇଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଜେଲ୍ ଅନ୍ତେବାସୀ । ତେବେ ଚିହ୍ନଟ ଏଡସ୍ ରୋଗୀ ବାହାରୁ ସଂକ୍ରମିତ ହୋଇଯାଉଛନ୍ତି ନା ଜେଲରେ ସଂକ୍ରମଣ ବଢ଼ୁଛି ? ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଅପରାଧୀ ମାନେ ଡ୍ରଗ୍ସ ପାଇଁ ବ୍ୟବହାର କରୁଥିବା ସିରିଞ୍ଜ କିମ୍ବା ସମଲିଙ୍ଗୀ ସମ୍ପର୍କ ଏଡ୍‌ସର କାରଣ ହୋଇଥାଇପାରେ । 

ସୂଚନା ଅନୁସାରେ , ସମ୍ବଲପୁର ଜେଲରେ ୫ରୁ ୬ ଜଣ ଏସଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସମ୍ବଲପୁର ଜେଲରେ ଏଡସ୍ ଚିନ୍ତାଜନକ ସ୍ଥିତିରେ । ତେବେ ଅଧିକାଂଶ କ୍ଷେତ୍ରରେ ଏଚଆଇଭି ପରୀକ୍ଷା ପାଇଁ ଲୋକେ ରାଜି ହେଉନାହାନ୍ତି । ତେଣୁ ଅଧିକାଂଶ ପଜିଟିଭ ମାମଲା ସାମ୍ନାକୁ ଆସିପାରୁନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe