କନକ ବ୍ୟୁରୋ : ସମ୍ବଲପୁରର ମଣ୍ଡଳ କାରାଗାର, ଜେଲରେ ଏବେ ଏଡ୍ସ ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଜେଲରେ ଗତ ସେପ୍ଟେମ୍ବରରେ ଆଉ ଜଣେ ଏଡସ୍ ରୋଗୀ ଚିହ୍ନଟ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । HIV ସଂକ୍ରମିତଙ୍କ ବୟସ ୨୪ରୁ ୨୫ ବର୍ଷ ହୋଇଥିବା ଜଣାପଡିଛି । ସଂପୃକ୍ତ ଯୁବକ କିଛି ମାସ ପୂର୍ବରୁ ଜେଲ୍ ଯାଇଥିଲେ। ରୁଟିନ୍ ଚେକଅପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ସ୍ବତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଜେଲରେ ଅଗଷ୍ଟ ମାସରେ ମଧ୍ୟ ୩ ଏଡ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ସମ୍ବଲପୁର ଜିଲ୍ଲାର ଓ ଜଣେ ବାହାର ଜିଲ୍ଲାର ଥିବା ଜଣାପଡିଛି ।
ଜେଲ ଭିତରେ କେମିତି ବଢୁଛି ଏଡ୍ସ ?
ସେପ୍ଟେମ୍ବର ମାସରେ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାରେ ପରୀକ୍ଷା କରାଇଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଜେଲ୍ ଅନ୍ତେବାସୀ । ତେବେ ଚିହ୍ନଟ ଏଡସ୍ ରୋଗୀ ବାହାରୁ ସଂକ୍ରମିତ ହୋଇଯାଉଛନ୍ତି ନା ଜେଲରେ ସଂକ୍ରମଣ ବଢ଼ୁଛି ? ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଅପରାଧୀ ମାନେ ଡ୍ରଗ୍ସ ପାଇଁ ବ୍ୟବହାର କରୁଥିବା ସିରିଞ୍ଜ କିମ୍ବା ସମଲିଙ୍ଗୀ ସମ୍ପର୍କ ଏଡ୍ସର କାରଣ ହୋଇଥାଇପାରେ ।
ସୂଚନା ଅନୁସାରେ , ସମ୍ବଲପୁର ଜେଲରେ ୫ରୁ ୬ ଜଣ ଏସଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜେଲରେ ଏଡସ୍ ଚିନ୍ତାଜନକ ସ୍ଥିତିରେ । ତେବେ ଅଧିକାଂଶ କ୍ଷେତ୍ରରେ ଏଚଆଇଭି ପରୀକ୍ଷା ପାଇଁ ଲୋକେ ରାଜି ହେଉନାହାନ୍ତି । ତେଣୁ ଅଧିକାଂଶ ପଜିଟିଭ ମାମଲା ସାମ୍ନାକୁ ଆସିପାରୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/08/7pm3-2025-10-08-19-53-10.jpg)