କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ଆକ୍ରମଣର ଅପରାଧୀଙ୍କୁ ଧରିବାକୁ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । କାଶ୍ମୀରର ୧୫ ଜଣ ଆତଙ୍କବାଦୀଙ୍କୁ ଏଭଳି ଘୃଣ୍ୟ ଓ ବର୍ବରକାଣ୍ଡ ଘଟାଇବାରେ ସହାୟତା କରିଥିଲେ । ଆତଙ୍କବାଦୀଙ୍କ ଏହି ସହାୟକମାନଙ୍କୁ ଚିହ୍ନଟ ସରିଛି । ଆତଙ୍କବାଦୀଙ୍କ ସହାୟତା ପାଇଁ ଏମାନେ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ଏପରିକି ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ରକୁ ଏମାନେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଇଥିଲେ । ଏହି ୧୫ ଆତଙ୍କୀ ସହାୟକଙ୍କ ମଧ୍ୟରେ ୫ ଜଣ ମୁଖ୍ୟ ଭୂମିକା ନେଇଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଠାବ କରାଯାଇ ଅଟକ ରଖାଯାଇଛି । ଅନ୍ୟ ୨ ଜଣଙ୍କୁ ଖୋଜାଚାଲିଛି । ଅନ୍ୟପଟେ ଆତଙ୍କୀ ଆକ୍ରମଣ କରିଥିବା ୫ ଆତଙ୍କୀଙ୍କୁ ଖୋଜାଚାଲିଛି । ପହଲଗାମର ଘଞ୍ଚ ଜଙ୍ଗଲରେ ଏବେବି ସେମାନେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଋଷ ଓ ଚୀନର ହସ୍ତକ୍ଷେ ଲୋଡ଼ିଛି ପାକିସ୍ତାନ । ଆତଙ୍କୀ ଆକ୍ରମଣର ତଦନ୍ତରେ ଋଷ, ଚୀନ୍ ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରର ସହାୟତା ଲୋଡ଼ିଛି ପାକିସ୍ତାନ । 

Advertisment

ଆତଙ୍କବାଦୀଙ୍କୁ ସହାୟତା କରିଥିଲେ କାଶ୍ମୀର ଯୁବକ
କାଶ୍ମୀରର ୧୫ ଜଣ ଆତଙ୍କବାଦୀଙ୍କୁ ସହାୟତା କରିଥିଲେ
ଆତଙ୍କବାଦୀଙ୍କ ଏହି ସହାୟକମାନଙ୍କୁ ଚିହ୍ନଟ ସରିଛି
ଆତଙ୍କବାଦୀଙ୍କ ସହାୟତା ପାଇଁ ଏମାନେ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ
ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ରକୁ ଏମାନେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଇଥିଲେ
୧୫ ଆତଙ୍କୀ ସହାୟକଙ୍କ ମଧ୍ୟରେ ୫ ଜଣ ମୁଖ୍ୟ ଭୂମିକା ନେଇଥିଲେ
ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଠାବ କରାଯାଇ ଅଟକ ରଖାଯାଇଛି
ଅନ୍ୟ ୨ ଜଣଙ୍କୁ ଖୋଜାଚାଲିଛି
ଆତଙ୍କୀ ଆକ୍ରମଣ କରିଥିବା ୫ ଆତଙ୍କୀଙ୍କୁ ଖୋଜାଚାଲିଛି
ପହଲଗାମର ଘଞ୍ଚ ଜଙ୍ଗଲରେ ଏବେବି ସେମାନେ ଲୁଚି ରହିଥିବା ସନ୍ଦେହ
ଋଷ ଓ ଚୀନର ହସ୍ତକ୍ଷେ ଲୋଡ଼ିଛି ପାକିସ୍ତାନ
ଆକ୍ରମଣର ତଦନ୍ତରେ ଋଷ, ଚୀନ୍ ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରର ସହାୟତା ଲୋଡ଼ିଛି ପାକିସ୍ତାନ