କନକ ବ୍ୟୁରୋ: ଅଜୟ ଗଲେ, ଅଜୟ ଆସିଲେ। ଓଡ଼ିଶା କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ। ଉତ୍ତରପ୍ରଦେଶର କଂଗ୍ରେସ ନେତା ଅଜୟ କୁମାର ଲାଲୁଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ଗୁରୁଦାୟିତ୍ବ ଦେଇଛି ଦଳ। ନୂଆ ପିସିସି ସଭାପତି ଭାବେ ଭକ୍ତ ଦାସଙ୍କୁ ନିଯୁକ୍ତି ପ୍ରଭାରୀ ପରିବର୍ତ୍ତନ କରିଛି କଂଗ୍ରେସ। ପୂର୍ବରୁ ଅଜୟ କୁମାର ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ ତୁଲାଉଥିଲେ। ତେବେ ନିର୍ବାଚନ ବେଳେ ଅଜୟଙ୍କ କାର୍ୟ୍ୟକୁ ନେଇ ଅସନ୍ତୁଷ୍ଟ ଥିଲେ ସେତେବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବରେ ଥିବା ଭକ୍ତ ଦାସ। ତେଣୁ ପିସିସି ସଭାପତି ପରିବର୍ତ୍ତନ ପରେ ପ୍ରଭାରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଥିଲା। ଯେଉଁ ଚର୍ଚ୍ଚାରେ ଆଜି ମୋହର ମାରିଛି କଂଗ୍ରେସ। ଓଡ଼ିଶା ସମେତ ୧୧ ରାଜ୍ୟ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି ଦଳ। ସେହିଭଳି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ମହାସଚିବ ଭାବେ ନିଯୁକ୍ତି ଦେଇ ପଞ୍ଜାବ ଦାୟିତ୍ବ ଦେଇଛି ଦଳ।
ଅଜୟ ଗଲେ, ଅଜୟ ଆସିଲେ
ଉତ୍ତରପ୍ରଦେଶ କଂଗ୍ରେସର ବଡ ଚେହେରା
୨୦୧୯ରୁ ୨୦୨୨ ଯାଏଁ ଉତ୍ତରପ୍ରଦେଶ କଂଗ୍ରେସର ଥିଲେ ସଭାପତି
ତମକୁହିରାଜ ଆସନରୁ ୨ ଥର ବିଧାନସଭାକୁ ହୋଇଛନ୍ତି ନିର୍ବାଚିତ
କଂଗ୍ରେସ ବିଧାୟକ ଦଳ ନେତା ଭାବେ ତୁଲାଇଛନ୍ତି ଦାୟିତ୍ବ
ଦାଦନ ସମସ୍ୟା ଓ ଏହାର ସମାଧାନ ନେଇ ସବୁବେଳେ ଉଠାଇଛନ୍ତି ସ୍ବର
ଗାନ୍ଧୀ ପରିବାର ସହ ଘନିଷ୍ଠ ସମ୍ପର୍କ
ସାଧାରଣ ପରିବାରରୁ ଆସି କଂଗ୍ରେସ ରାଜନୀତିରୁ ଶିଖର ଦେଖିଛନ୍ତି
ଅଜୟ କୁମାର ଲାଲୁଙ୍କର ରହିଛି ସାଙ୍ଗଠନିକ ଦକ୍ଷତା
ପୂର୍ବରୁ ଅଜୟ କୁମାର ଓଡ଼ିଶା ପ୍ରଭାରୀ ଦାୟିତ୍ବରେ ଥିଲେ
ଝାଡଖଣ୍ଡରୁ ନିର୍ବାଚନ ହାରିଥିଲେ ଅଜୟ କୁମାର
ଓଡ଼ିଶାରେ ଅଜୟ କୁମାରଙ୍କ ରଣନୀତି ସେତେଟା ପ୍ରଭାବୀ ନଥିଲା