କନକ ବ୍ୟୁରୋ : ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ । ବ୍ୟବସ୍ଥାକୁ ସରଳିକରଣ କରି ଏଆଇ ଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଆବାସ କିମ୍ବା ଅନ୍ତୋଦ୍ୟାୟ ଯୋଜନାରେ ଘର ନେଇଥିଲେ ମଧ୍ୟ ଆକ୍ସନ ହେବ । ମନ୍ତ୍ରୀ କହିଛନ୍ତି, ଘର ପାଇ ତିଆରି ନକରିବା ନଜିର ବହୁତ କମ ରହିଛି । ଏଥିପାଇଁ ବିଭାଗ ପୂରା ଦୃଷ୍ଟି ରଖିଛି । କାଁ ଭାଁ କେଉଁଠି ଥାଇପାରେ, କିନ୍ତୁ ଘର ସମୟରେ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସେପଟେ ଲୋକସେବା ଭଵନରେ ସୁଭଦ୍ରା ସମୀକ୍ଷା ବୈଠକ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏଥିରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡିବା ନେଇ ନିଆଯିବ ବଡ଼ ନିଷ୍ପତ୍ତି । ହିତାଧିକାରୀ ତାଲିକାରୁ ବାଦ ପଡ଼ିଥିବା ମହିଳାଙ୍କୁ ସାମିଲ ନେଇ ମଧ୍ୟ ଆଲୋଚନା ହେବ । ଯାଞ୍ଚ ପାଇଁ ତିନି ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ସୁଭଦ୍ରା ମହିଳାଙ୍କ ତଥ୍ୟ । ମହିଳାଙ୍କ ଚାରି ଚକିଆ ଥିବା ଗାଡିର ତଥ୍ୟ, ବାଣିଜ୍ୟ ଏବଂ ପରିବହନ ବିଭାଗକୁ ମଗା ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରି ତଥ୍ୟ ମଗାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତାର ରିପୋର୍ଟ ମଗାଯାଇଥିଲା । ତିନି ବିଭାଗର ରିପୋର୍ଟକୁ ଆଧାର କରି ସୁଭଦ୍ରା ଯୋଜନାର ସମୀକ୍ଷା କରାଯାଉଛି ।