କନକ ବ୍ୟୁରୋ : ଦେବସ୍ନାନ ପୂଣ୍ଣିମା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଏସପି ବିନୀତ ଅଗ୍ରୱାଲ । ଶ୍ରୀଜୀଉଙ୍କ ସ୍ନାନ ମଣ୍ଡପ ଯାଇ ଏବଂ ବଡ଼ଦାଣ୍ଡରେ ବୁଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । କହିଛନ୍ତି, AI ଛାଉଣିରେ ରହିବ ପୁରୀ । ୧୦୦ରୁ ଅଧିକ କ୍ୟାମେରା ଲାଗିବ । ୨୪ ଘଣ୍ଟିଆ ନଜର ରହିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ହେବ ବ୍ୟାରିକେଡ୍ ବ୍ୟବସ୍ଥା ହେବ । ବଡ଼ଦାଣ୍ଡ ଓ ବେଳାଭୂମିରେ ମୁତୟନ ହେବେ ଫୋର୍ସ ।
ସୁରକ୍ଷା ଦୃଷ୍ଟିରୁ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଶ୍ରୀକ୍ଷେତ୍ରକୁ ଆସୁଥିବା ଲକ୍ଷାଧିକ ଭକ୍ତ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ତା ଉପରେ ଗୁରୁତ୍ବ ଦିଆଯିବ । ସେହିପରି ପୁରୀକୁ ଆସୁଥିବା ଭକ୍ତମାନେ ସେମାନଙ୍କ ଚାରି ଚକିଆ ଓ ଦୁଇ ଚକିଆ ଗାଡି କେଉଁଠାରେ ପାର୍କିଂ କରିବେ, ସେନେଇ ମଧ୍ୟ ଏସପି ବିସ୍ତୃତ ଭାବେ ସୂଚନା ଦେଇଛନ୍ତି । ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଛି ।