କନକ ବ୍ୟୁରୋ : ରଥଯାତ୍ରା ସୁରକ୍ଷାରେ କୌଣସି ତ୍ରୁଟି ହେବନି । ୪୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏଥର ଯୋଗଦେବା ସମ୍ଭାବନା ରହିଛି । ତେଣୁ ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ସ୍ବତନ୍ତ୍ର ଏସ୍‌ଓପି ପାଳନ ହେବ । ଆଜି ଆଇନମନ୍ତ୍ରୀ ରଥଯାତ୍ରା ନେଇ ସମୀକ୍ଷା କରିବେ । ସ୍ନାନଯାତ୍ରା ଲାଗି ସୁରକ୍ଷା ବ୍ୟବସ୍ଥାର ଗତକାଲି ଏସ୍‌ପି ସମୀକ୍ଷା କରିଥିଲେ । ଏଥର ଏଆଇ ସ୍କାନରରେ ପୁରୀ ରହିବ । ସହର ପ୍ରବେଶ ଠାରୁ ପ୍ରସ୍ଥାନ ଓ ସମୁଦ୍ରକୂଳ ଯାଏ ଖୁନ୍ଦି ହୋଇଯିବ ସିସି କ୍ୟାମେରା । କୁମ୍ଭମେଳା ପରେ ବଡ଼ ଧାର୍ମିକ ସମାବେଶ ହେଉଥିବାରୁ ସମସ୍ତେ ସଜାଗ ଅଛନ୍ତି । 

Advertisment

ପୁରୀ ଜଗିବ AI CAMERA
ରଥଯାତ୍ରାରେ ଲାଗିବ ୧୦୦ ଏଆଇ କ୍ୟାମେରା 
୪୫୦ରୁ ଅଧିକ ସିସି କ୍ୟାମେରା ପୁରୀକୁ ଜଗିବ 
ନିୟନ୍ତ୍ରଣ କକ୍ଷରୁ ହେବ ୨୪ଘଣ୍ଟିଆ ମନିଟରିଂ
ସନ୍ଦିଗ୍ଧ କାର୍ଯ୍ୟକଳାପ ଜଣାଇବ ରୋବଟ୍‌ ସିଷ୍ଟମ୍‌
ପୁରୀକୁ ଜଗିବ ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍
ଡ୍ରୋନ୍ ଯୋଗେ ଆକାଶମାର୍ଗରୁ ସୁରକ୍ଷା ଯାଞ୍ଚ
ପୁରୀ ପ୍ରବେଶ, ପ୍ରସ୍ଥାନରେ ଲାଗିବ କ୍ୟାମେରା 
ଗତବର୍ଷ ତୁଳନାରେ ୧୦ଗୁଣ ସୁରକ୍ଷା ବଢ଼ିବ
ଅଧିକ ପାରା ମିଲିଟାରି ଲାଗି ରାଜ୍ୟର ଚିଠି 
କେନ୍ଦ୍ର ଗୃହ ବିଭାଗର ସହଯୋଗ ଲୋଡ଼ିଲା
ଅଧିକ ମୂତୟନ ହେବେ ଡଗ୍‌ ସ୍କ୍ବାଡ୍‌, ବମ୍‌ ସ୍କ୍ବାଡ୍‌
ବିଭିନ୍ନ ହୋଟେଲ୍ ଓ ଲଜିଂ ଯାଞ୍ଚ କରାଯାଉଛି
ସବୁ ବସ୍ତିରୁ ତଥ୍ୟ ସଂଗ୍ରହ କରୁଛି ପୁଲିସ ଟିମ୍
କେଉଁମାନେ ଆଶ୍ରୟ ନେଇଛନ୍ତି ତଥ୍ୟ ମାଗୁଛି

 ଏଥର ସୁରକ୍ଷା ୧୦ଗୁଣା ଅଧିକ
କୁମ୍ଭମେଳା ପରେ ବଡ଼ ଧାର୍ମିକ ସମାବେଶ
ପୁରୀ ଆସିପାରନ୍ତି ୪୦ ଲକ୍ଷରୁ ଅଧିକ ଭକ୍ତ
ଆତଙ୍କବାଦ କାର୍ଯ୍ୟକଳାପକୁ ସ୍ବତନ୍ତ୍ର ନଜର 
ଏନ୍‌ଏସ୍‌ଜି ସୁରକ୍ଷା ବାହିନୀ ବି ଜଗିବେ
ପୁରୀ ସମୁଦ୍ରରେ ଜଗିବେ ସ୍ବତନ୍ତ୍ର ସୁରକ୍ଷା ବାହିନୀ
ନୌସେନା ପକ୍ଷରୁ ବି ସୁରକ୍ଷା ବାହିନୀ ଜଗିବେ
ରଥଯାତ୍ରା ସୁରକ୍ଷାରେ କୌଣସି ତ୍ରୁଟି ହେବନି
ସ୍ନାନଯାତ୍ରାରୁ ରଥଯାତ୍ରା ଯାଏଁ ସ୍ବତନ୍ତ୍ର ଏସ୍‌ଓପି
ଘନଘନ ସମୀକ୍ଷା କରୁଛନ୍ତି ରାଜ୍ୟ ସରକାର