ଦିଲ୍ଲୀରେ ଅନୁଷ୍ଠିତ ହେଉଛି ଏଆଇ ଇମ୍ପାକ୍ଟ ସମ୍ମିଳନୀ, ହେଲେ ସବୁଥାଇ ବି ଏତେ ପଛରେ କାହିଁକି ଭାରତ ?

Advertisment

ନୀତି ଆୟୋଗର ରିପୋର୍ଟ କହୁଛି ବର୍ତମାନ ଜିଡିପିର ୭-୮ ପ୍ରତିଶତ ଆଇଟି ସେକ୍ଟରରୁ ଆସୁଛି । ଏହା ୨୦୩୫ ମସିହା ସୁଦ୍ଧା ଦେଶର ଜିଡିପିରେ ଆଇଟି ସେକ୍ଟରର ଭାଗିଦାରୀ ୨୦-୨୫ ପ୍ରତିଶତ ହୋଇପାରେ । ହେଲେ ଏହା କେମିତି ହେବ ସେନେଇ କିଛି ବିସ୍ତୁତ ଯୋଜନା ନୀତି ଆୟୋଗ ପ୍ରକାଶ କରୁନାହିଁ । ଭାରତର ଜିଡିପିରେ ଆଇଟି ସେକ୍ଟର ବାର୍ଷିକ ୨୬୫ ବିଲିୟନ ଡଲାରର ଯୋଗଦାନ ଦେଉଛି । ୨୦୩୫ ସୁଦ୍ଧା ଏହି ଯୋଗଦାନର ପରିମାଣ ୭୫୦-୮୫୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଆଗାମୀ ୧୦ ବର୍ଷ ଭିତରେ ଏହି ଯୋଗଦାନ କିଭଳି ତିନିଗୁଣା ହେବ ।

ନୀତି ଆୟୋଗର ରିପୋର୍ଟ କହୁଛି ବର୍ତମାନ ଜିଡିପିର ୭-୮ ପ୍ରତିଶତ ଆଇଟି ସେକ୍ଟରରୁ ଆସୁଛି । ଏହା ୨୦୩୫ ମସିହା ସୁଦ୍ଧା ଦେଶର ଜିଡିପିରେ ଆଇଟି ସେକ୍ଟରର ଭାଗିଦାରୀ ୨୦-୨୫ ପ୍ରତିଶତ ହୋଇପାରେ । ହେଲେ ଏହା କେମିତି ହେବ ସେନେଇ କିଛି ବିସ୍ତୁତ ଯୋଜନା ନୀତି ଆୟୋଗ ପ୍ରକାଶ କରୁନାହିଁ । ଭାରତର ଜିଡିପିରେ ଆଇଟି ସେକ୍ଟର ବାର୍ଷିକ ୨୬୫ ବିଲିୟନ ଡଲାରର ଯୋଗଦାନ ଦେଉଛି । ୨୦୩୫ ସୁଦ୍ଧା ଏହି ଯୋଗଦାନର ପରିମାଣ ୭୫୦-୮୫୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଆଗାମୀ ୧୦ ବର୍ଷ ଭିତରେ ଏହି ଯୋଗଦାନ କିଭଳି ତିନିଗୁଣା ହେବ ।

29a

କନକ ବ୍ୟୁରୋ : ଏଆଇ ରେସରେ ପଛରେ ଥିବା ଭାରତ ଏଆଇ ଶିଖର ସମ୍ମିଳନୀ କରି କ'ଣ ହାସଲ କରିବାକୁ ଚାହୁଁଛି ? ଏଆଇକୁ ନେଇ କ'ଣ ଦେଖାଇବାକୁ ଚାହୁଁଛି ଭାରତ । ଏକଥା ଆପଣଙ୍କୁ ଚିନ୍ତାରେ ପକାଇପାରେ । ଭାରତ ଏବେ ସାରା ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର । ୧୪୦ କୋଟିରୁ ଅଧିକ ଜନସଂଖ୍ୟା ଥିବା ଭାରତ ଏବେ ଛୋଟ ଛୋଟ ବିକଶିତ ଦେଶମାନଙ୍କ ପାଇଁ ବ୍ୟବସାୟର କେନ୍ଦ୍ରବିନ୍ଦୁ ପାଲଟିଛି । ହେଲେ ଆଗାମୀ ଭବିଷ୍ୟତ ସମ୍ପୂର୍ଣ୍ଣ ଏଆଇ ଉପରେ ନିର୍ଭର କରିବ ବୋଲି ଆକଳନ କରାଯାଉଥିବା ବେଳେ ଭାରତ ଭଳି ଏକ ବିକଶିତ ରାଷ୍ଟ୍ରରେ ଏଆଇ ଟେକ୍ନୋଲୋଜି ଏତେ ପଛରେ ପଡ଼ିଛି କାହିଁକି ?

ଭାରତର ନୀତି ଆୟୋଗ ମୁତାବକ ଭାରତ ସରକାର ଭାରତର ଏଆଇ ବିକାଶ ନେଇ ୨୦୪୭ ପର୍ଯ୍ୟନ୍ତ ଆଶା କରୁଛି । ଯେତେବେଳେ ସାରା ବିଶ୍ୱରେ ଏଆଇ ଟେକ୍ନୋଲୋଜି ପ୍ରତିମାସରେ ଅନେକ ଆଗକୁ ବଢ଼ୁଛି ସେତେବେଳେ ଭାରତ ସରକାରଙ୍କ ନୀତି ଆୟୋଗ ଭାରତରେ ଏଆଇ ବିକାଶ ପାଇଁ ଦେଶବାସୀଙ୍କୁ ୨୦୪୭ର ଟାର୍ଗେଟ୍ ଦେଉଛି । ସେପଟେ ପ୍ରଶ୍ନ ଉଠୁଛି ୪୦ ରୁ ଅଧିକ ଟେକ୍ନୋଲୋଜି କମ୍ପାନି ଭାରତରେ ଥିବା ବେଳେ ଏଆଇ ସେକ୍ଟରରେ ଏହି କମ୍ପାନିମାନେ କାହିଁକି ଆଗକୁ ବଢ଼ିପାରୁନାହାନ୍ତି ? ଏନଭିଡ଼ିଆ, ମାଇକ୍ରୋସଫ୍ଟ, ଆଲଫାବେଟ୍, ଅମାଜନ, ଓପନଏଆଇ, ଏନ୍ଥ୍ରୋପିକ୍,ଟେସଲା, ଡାଟାବ୍ରିକ୍ସ, ମେଟା, ମିଷ୍ଟ୍ରାଲ ଏଆଇ । ଏହାମଧ୍ୟରେ ସର୍ବାଧିକ କମ୍ପାନି ଆମେରିକାର, କେବଳ ମିଷ୍ଟ୍ରାଲ  ଫ୍ରାନ୍ସର ଓ ଡିପସିକ ଓ ମିନିମାକ୍ସ ଚାଇନା କମ୍ପାନି । ଏମାନଙ୍କ ଏଆଇ ଟୁଲ ଏବେ ସାରା ବିଶ୍ୱରେ ଚହଳ ପକାଇଛି । ହେଲେ ଏହା ଭିତରେ ଭାରତର ଆଇଟି କମ୍ପାନିମାନଙ୍କର କେଉଁଠି ବି ନାଁ ନାହିଁ । କେବଳ ସେତିକି ନୁହେଁ ଏସବୁ କମ୍ପାନିମାନଙ୍କର ରାଜସ୍ୱ ଉପରେ ନଜର ପକାଇଲେ, ଭାରତର କୌଣସି ଆଇଟି କମ୍ପାନି ଏସବୁ କମ୍ପାନିର ରାଜସ୍ୱ ପାଖରେ କିଛି ବି ନୁହେଁ । ଏଥିରୁ ସ୍ପଷ୍ଟ ହେଉଛି କି ଭାରତୀୟ ଆଇଟି କମ୍ପାନିମାନେ ଏଆଇ ରେସରେ ପଛରେ ପଡ଼ିଛନ୍ତି । ହେଲେ ଏହାର କାରଣ କ'ଣ ? କାହିଁକି ଭାରତୀୟ କମ୍ପାନିମାନେ ଏଆଇ ରେସରେ ଅନ୍ୟଦେଶର ଆଇଟି କମ୍ପାନିମାନଙ୍କ ସହ ତାଳ ଦେଇପାରୁନାହାନ୍ତି ।

ନୀତି ଆୟୋଗର ରିପୋର୍ଟ କହୁଛି ବର୍ତମାନ ଜିଡିପିର ୭-୮ ପ୍ରତିଶତ ଆଇଟି ସେକ୍ଟରରୁ ଆସୁଛି । ଏହା ୨୦୩୫ ମସିହା ସୁଦ୍ଧା ଦେଶର ଜିଡିପିରେ ଆଇଟି ସେକ୍ଟରର ଭାଗିଦାରୀ ୨୦-୨୫ ପ୍ରତିଶତ ହୋଇପାରେ । ହେଲେ ଏହା କେମିତି ହେବ ସେନେଇ କିଛି ବିସ୍ତୁତ ଯୋଜନା ନୀତି ଆୟୋଗ ପ୍ରକାଶ କରୁନାହିଁ । ଭାରତର ଜିଡିପିରେ ଆଇଟି ସେକ୍ଟର ବାର୍ଷିକ ୨୬୫ ବିଲିୟନ ଡଲାରର ଯୋଗଦାନ ଦେଉଛି । ୨୦୩୫ ସୁଦ୍ଧା ଏହି ଯୋଗଦାନର ପରିମାଣ ୭୫୦-୮୫୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଆଗାମୀ ୧୦ ବର୍ଷ ଭିତରେ ଏହି ଯୋଗଦାନ କିଭଳି ତିନିଗୁଣା ହେବ । ସେନେଇ ସରକାର କ'ଣ ଯୋଜନା କରିଛନ୍ତି । ବର୍ତମାନ ଆଇଟି ସେକ୍ଟରର ଗ୍ରୋଥ ୪ ରୁ ୫ ପ୍ରତିଶତ ରହିଛି । କିନ୍ତୁ ନୀତି ଆୟୋଗ ୨୦୩୫କୁ ନେଇ ଯେଉଁ ହିସାବ ଦେଇଛି ତାହା ପୂରଣ କରିବାକୁ ହେଲେ ବାର୍ଷିକ ଆଇଟି ସେକ୍ଟରର ଗ୍ରୋଥ ୧୧ ରୁ ୧୨ ପ୍ରତିଶତ ହେବା ଦରକାର । 

ଅଧିକ ପଢ଼ନ୍ତୁ: ଆଜିଠୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ : ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିବ କାର୍ଯ୍ୟକ୍ରମ

ଭାରତ ସରକାରଙ୍କ ଟାର୍ଗେଟ୍ ରହିଛି ୨୦୩୫ ସୁଦ୍ଧା ଦେଶର ଜିଡିପିରେ ଆଇଟି ସେକ୍ଟରର ଯୋଗଦାନ ୭୫୦-୮୫୦ ବିଲିୟନ ଡଲାରରେ ପହଂଚାଇବାକୁ । ହେଲେ ଏବେ ସବୁଠାରୁ ବଡ଼ କଥା ହେଉଛି ଏବେ ଏଆଇର ସବୁଠାରୁ ବଡ଼ କମ୍ପାନି ଏନଭିଡିଆର ବାର୍ଷିକ ରାଜସ୍ୱ ହେଉଛି ୧୩୦ ବିଲିୟନ ଡଲାରରୁ ୧୮୦ ବିଲିୟନ ଡଲାର । ସେପଟେ ଭାରତର ପୁରା ଆଇଟି ସେକ୍ଟରର ରାଜସ୍ୱ ହେଉଛି ୨୬୫ ବିଲିୟନ ଡଲାର । ଅନ୍ୟପଟେ ବିଶେଷଜ୍ଞମାନେ ଅକାଳନ କରିଛନ୍ତି କି, ଏନଭିଡିଆର ଆଗାମୀ ବର୍ଷ ରାଜସ୍ୱ ୧ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ଯାଇପାରେ । ଅର୍ଥାତ ଗୋଟିଏ କମ୍ପାନିର ରାଜସ୍ୱ ଏବେ ଗୋଟିଏ ଦେଶର ଆଇଟି ସେକ୍ଟର ରାଜସ୍ୱ ସହିତ ଏବେ ସମାନ ରହିଛି । ପୁଣି ଏନଭିଡିଆର ଆଗାମୀ ବର୍ଷ ଯେତିକି ରାଜସ୍ୱ ହେବ ବୋଲି ଅନୁମାନ କରାଯାଉଛି, ଭାରତ ୨୦୩୫ ସୁଦ୍ଧା ଆଇଟି ସେକ୍ଟରରୁ ସେତିକି ରାଜସ୍ୱ ପାଇଁ ଯୋଜନା କରୁଛି । ଅର୍ଥାତ ଏନଭିଡିଆ ଆଗାମୀ ୧-୨ ବର୍ଷ ଭିତରେ ଯେଉଁ ସ୍ଥାନରେ ପହଂଚିବ ଭାରତ ସେହି ସ୍ଥାନରେ ପହଂଚିବାକୁ ଆହୁରି ୧୦ ରୁ ୨୦ ବର୍ଷ ଲାଗିବ ବୋଲି ନୀତିଆୟୋଗ କହୁଛି । 
 
ଦିଲ୍ଲୀରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ସେତିକି ବେଳେ ଅନୁଷ୍ଠିତ ହେଉଛି, ଯେତେବେଳେ ସାରା ବିଶ୍ୱରେ ଆମେରିକାର କମ୍ପାନିମାନେ ଏଆଇ ସେକ୍ଟରରେ ବିଶ୍ୱକୁ ଚକିତ କରିଦେଇଛନ୍ତି । ସେପଟେ ଏଆଇ ମିଶନ ପାଇଁ କେନ୍ଦ୍ର ସରକାର ୧୦ ହଜାର ୩୦୦ କୋଟିର ସହଯୋଗ ଦେବାକୁ କହିଛନ୍ତି । ଗୋଟିଏ ପଟେ ଏଆଇ କମ୍ପାନିମାନଙ୍କର ରାଜସ୍ୱ ଟ୍ରିଲିୟନ ଡଲାର ହେଉଥିବା ବେଳେ ଭାରତ ସରକାରଙ୍କ ୧୦ ହଜାର କୋଟିର ସହାୟତା କେଉଁ କାମରେ ଲାଗିବ । ଦ୍ୱିତୀୟରେ ୩୦-୪୦ ବର୍ଷ ଧରି ଭାରତରେ କାମ କରୁଥିବା ଆଇଟି ସେକ୍ଟରଗୁଡିକ ବାର୍ଷିକ ୨ ହଜାର କୋଟି ଟଙ୍କାର ସହାୟତା ନେଇ ଆମେରିକା ଆଇଟି କମ୍ପାନି ସହ କିଭଳି ତାଳ ଦେବେ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe