କନକ ବ୍ୟୁରୋ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ବହୁ ଦୂରରୁ ଲୋକେ ଜଗା ଦର୍ଶନ ପାଇଁ ଆସିଛନ୍ତି । ଜଗା ଦର୍ଶନରୁ ନୂଆ ବର୍ଷ ଆରମ୍ଭ କରିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଦିନ ୧ଟା ସୁଦ୍ଧା ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଛନ୍ତି । ଏଆଇ ଶ୍ରଦ୍ଧାଳୁଙ୍କ ଗଣନା କରିଛି ।
ଅନ୍ୟପଟେ, ଚଳିତଥର ରେକର୍ଡ ଭାଙ୍ଗିଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା । ପୂର୍ବ ବର୍ଷ ଅପେକ୍ଷା ଚଳିତ ଥର ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ଭିନୀତ ଅଗ୍ରୱାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/01/MqdmfIYrW5WUTUYJ299H.jpg)