କପି ଧରାଇଲା ଏଆଇ, ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ସମ୍ବଲପୁରରେ ଧରାପଡିଛନ୍ତି ୭ ପରୀକ୍ଷାର୍ଥୀ..

Advertisment

କପି କରୁଥିବା ବେଳେ ସମ୍ବଲପୁରରେ ଧରାପଡିଛନ୍ତି ୭ ପରୀକ୍ଷାର୍ଥୀ । କପି ରୋକିବାକୁ ରାଜ୍ୟର ସବୁ କେନ୍ଦ୍ରରେ ଲାଗିଛି ଏଆଇ କ୍ୟାମେରା ।

କପି କରୁଥିବା ବେଳେ ସମ୍ବଲପୁରରେ ଧରାପଡିଛନ୍ତି ୭ ପରୀକ୍ଷାର୍ଥୀ । କପି ରୋକିବାକୁ ରାଜ୍ୟର ସବୁ କେନ୍ଦ୍ରରେ ଲାଗିଛି ଏଆଇ କ୍ୟାମେରା ।

କପି ଧରିଲା AI

କପି ଧରିଲା AI Photograph: (kanaknews)

କନକ ବ୍ୟୁରୋ: ମାଟ୍ରିକ ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ଧରାପଡିଛନ୍ତି ୭ ଜଣ ପରୀକ୍ଷାର୍ଥୀ । ଏମାନଙ୍କୁ କୌଣସି ସ୍କ୍ୱାଡ଼ ଧରିନାହାନ୍ତି ବରଂ ଚଳିତବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଲାଗିଥିବା ଏଆଇ କ୍ୟାମେରା ଏମାନଙ୍କୁ ଧରିଛି । ଏହି ୭ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ବୋର୍ଡ କର୍ତ୍ତୃପକ୍ଷ । ୪ଟି ସ୍କ୍ୱାଡ଼ ସମ୍ବଲପୁର ଜିଲାର ୨୦ଟି ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରିଥିଲେ । 

ଏଥିରୁ ଦୁଇଟି କେନ୍ଦ୍ରୀୟ ସ୍କ୍ୱାଡ଼ ୫ଟି ଲେଖାଏଁ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ସମ୍ବଲପୁର ଜିଲା ଶିକ୍ଷାଧିକାରୀଙ୍କ ସ୍କ୍ୱାଡ଼ ୩ଟି ଏବଂ ସ୍ଵତନ୍ତ୍ର ସ୍କ୍ୱାଡ଼ ୭ଟି କେନ୍ଦ୍ର ପରିଦର୍ଶନ କରିଥିଲେ । ବିଜ୍ଞାନ ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ କପି କରୁଥିବା ନେଇ ଏଆଇ କ୍ୟାମେରାରୁ ଜଣାପଡିବା ପରେ ଭିନ୍ନ ଭିନ୍ନ ପରୀକ୍ଷାକେନ୍ଦ୍ର କର୍ତ୍ତୃପକ୍ଷ ଏଭଳି ଛାତ୍ରଛାତ୍ରୀଙ୍କୁ ମାଲ ପ୍ରାକ୍ଟିସରେ ପକାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe