ପାଚେରୀ ଡେଇଁ ଖସିପାରିବେନି କଏଦୀ, ଜେଲରେ ଲାଗିବ ଏଆଇ କ୍ୟାମେରା

Advertisment

ଜେଲ ଭିତରେ ଚତୁଃଦିଗରେ ଥିବା ୱାଲରେ ଏହି ଏଆଇ କ୍ୟାମେରା ସବୁ ଲଗାଯାଇଛି ।ତା ସହିତ ଜେଲ ଚାରିପଟେ ଥିବା ଚାରୋଟି ୱ।ଚ୍ ଟାୱ।ର୍ ଉପରେ ଜେଲର ସୁରକ୍ଷା ପାଇଁ ଜେଲ କର୍ମଚାରୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି ।ମୋଟ  ୧୬ଟି ଏଆଇ କ୍ୟାମେରା ଜେଲ ଭିତରେ ଲଗାଯାଇଛି ।

jail

କନକ ବ୍ୟୁରୋ : ଜେଲ ସୁରକ୍ଷାକୁ କରାଗଲା କଡ଼ାକଡ଼ି  । ଜେଲ ଜଗିବ ଏଆଇ । ରାଜ୍ୟରେ ପ୍ରଥମ କରି ଢେଙ୍କାନାଳ ଜିଲ୍ଲା କାରାଗାରରେ ଲାଗିଲା ଏଆଇ  କ୍ୟାମେରା । ପାଇଲଟ ପ୍ରୋଜେକ୍ଟ ଭାବରେ ଏହାକୁ ଢେଙ୍କାନାଳରେ ପ୍ରଥମକରି ଆରମ୍ଭ କରାଯାଇଛି । ଜେଲ ଭିତରେ ଚତୁଃଦିଗରେ ଥିବା ୱାଲରେ ଏହି ଏଆଇ କ୍ୟାମେରା ସବୁ ଲଗାଯାଇଛି ।ତା ସହିତ ଜେଲ ଚାରିପଟେ ଥିବା ଚାରୋଟି ୱ।ଚ୍ ଟାୱ।ର୍ ଉପରେ ଜେଲର ସୁରକ୍ଷା ପାଇଁ ଜେଲ କର୍ମଚାରୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି ।ମୋଟ  ୧୬ଟି ଏଆଇ କ୍ୟାମେରା ଜେଲ ଭିତରେ ଲଗାଯାଇଛି । ଏହାର ବିଶେଷତ୍ବ ହେଉଛି ଏଆଇ କ୍ୟାମେରା  ନିକଟରେ କେହି ଗଲେ ସାଇରନ ବାଜିବ ।  ଏହାଦ୍ଵାରା ଜେଲ୍ କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ଧ୍ୟାନ ଦେଇପାରିବେ  । ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ ।ଏହା ଦ୍ଵାରା ଜେଲ ଚାରି କାନ୍ଥ ଡେଇଁ  ପଳାଉଥିବା କଏଦି ମାନଙ୍କୁ ରୋକାଯାଇ ପାରିବ ।  ଏହା ଫଳପ୍ରଦ ହେଲେ ଆଗକୁ ସାରା ରାଜ୍ୟର କାରାଗାର ଗୁଡିକରେ ଏ‌ଆକୁ ବ୍ୟବହାର କରାଯିବ ।

ଅଧିକ ପଢ଼ନ୍ତୁ :  ଚୌଦ୍ୱାର ଜେଲ କଳି: ପୂର୍ବତନ ଜେଲର ଓ ଅଧିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe