ସମ୍ୱଲପୁରରେ ଲାଗିଲା ଏଆଇ କ୍ୟାମେରା: ଅପରାଧୀଙ୍କ ଉପରେ ରହିବ ନଜର

ରୋଡ୍‌ ରୋମିଓଙ୍କୁ ସାବଧାନ । ସମ୍ବଲପୁରରେ ଲାଗିଲା AI କ୍ୟାମେରା। ଏଥର କ୍ୟାମେରା ଜଗିବ ପୁରା ସହର । ବିଭିନ୍ନ ସ୍ଥାନରେ ଲାଗିଛି ଏଆଇ କ୍ୟାମେରା । ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ପାଇବେନି ନିସ୍ତାର ।

50

Photograph: (KANAK NEWS)

କନକ ବ୍ୟୁରୋ: ସମ୍ବଲପୁରରେ ଟ୍ରାଫିକ ସମସ୍ୟାର ସମାଧାନ କରିବା ପାଇଁ ପୋଲିସ ଟ୍ରାଫିକ ଲାଇଟ ଲଗାଇବା ସହ ଏଆଇ କ୍ୟାମେରା ଲଗାଇଲାଣି । ଏହାଦ୍ୱାରା ଅପରାଧିକ କାର୍ଯ୍ୟକଳାପ ରୋକାଯାଇପାରିବ । ଏଥର ଅଟୋମେଟିକ ପରିଚାଳନା ହେବ ଟ୍ରାଫିକ ।

ରୋଡ୍‌ ରୋମିଓଙ୍କୁ ସାବଧାନ । ସମ୍ବଲପୁରରେ ଲାଗିଲା AI କ୍ୟାମେରା। ଏଥର କ୍ୟାମେରା ଜଗିବ ପୁରା ସହର । ବିଭିନ୍ନ ସ୍ଥାନରେ ଲାଗିଛି ଏଆଇ କ୍ୟାମେରା । ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ପାଇବେନି ନିସ୍ତାର । ଟ୍ରାଫିକ ପୋଷ୍ଟ ଗୁଡିକରେ ଲାଗିଲାଣି ଅତ୍ୟାଧୁନିକ ଟ୍ରାଫିକ ଲାଇଟ୍ ଓ ଏଆଇ କ୍ୟାମେରା। ଜେଲ୍‌ ଛକ, ଲକ୍ଷ୍ମୀ ଟକିଜ୍‌ ଛକ, ଅଇଁଠାପାଲି, କଚେରୀ ଛକ ପରି ଟ୍ରାଫିକ ବହୁଳ ଅଂଚଳରେ ଏହି ଲାଇଟ ଓ  କ୍ୟାମେରା ଲାଗିବା ଆରମ୍ଭ ହୋଇଛି ।.. 

କ୍ୟାମେରା ଲାଗିବା ଦ୍ୱାରା ସହରରେ ବଢୁଥିବା ଅପରାଧକୁ ମଧ୍ୟ ରୋକିବାରେ ସହାୟକ ହେବ । ଅପରାଧୀ ଗତିବିଧି ରୋକିବା ପାଇଁ ଏହି କ୍ୟାମେରା ସବୁ ଲାଗିଛି। କେବଳ ସେତିକି ନୁହେଁ ନିୟମ ଖିଲାପ କଲେ କିମ୍ୱା ବେପରୁଆ ଗାଡ଼ି ଚାଳନା କଲେ ଅଟୋମେଟେଡ୍‌ ଚାଲାଣ କଟି ବ। ଯାହାକି ଅମାନିଆଙ୍କ ପ୍ରତି ସତର୍କ ଘଣ୍ଟି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe