କନକ ବ୍ୟୁରୋ: ଶିମିଳିପାଳରେ ଏ.ଆଇ କ୍ୟାମେରା ସାହାଯ୍ୟରେ ପୁଣି ଧରାପଡିଲେ ୩ ଶିକାରୀ ଅଭିଯୁକ୍ତ । ଏଆଇ ତଥ୍ୟ ପାଇବା ପରେ ଶିମିଳିପାଳ ଦକ୍ଷିଣ ଡିଭିଜନ୍ ର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଦଳ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଆଧିନ ବଡ଼ଖମଣ ଗ୍ରାମରେ ଚଢ଼ାଉ କରି ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ, ଜୀବ ଜନ୍ତୁଙ୍କୁ ଶିକାର ପାଇଁ ବ୍ୟବହାର କରୁଥିବା ଫାସ ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ଜବତ୍ କରିଛି ବନବିଭାଗର ଏହି ସ୍ୱତନ୍ତ୍ର ଟିମ୍ । ବନ୍ୟପ୍ରାଣୀ ଆଇନ ଆଧାରରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ଡିଭିଜନ୍ ଉପନିର୍ଦ୍ଦେଶକ ସମ୍ରାଟ୍ ଗୌଡା ।
ଶିମିଳିପାଳରେ ୩ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା । ଘରୁ ଦୁଇଟି ଦେଶୀ ବନ୍ଧୁକ,ଜୀବଜନ୍ତୁଙ୍କୁ ଶିକାର ପାଇଁ ବ୍ୟବହାର କରୁଥିବା ଫାସ ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ଜବତ୍ ।
Advertisment
Follow Us