କନକ ବ୍ୟୁରୋ: ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା।ଶିମିଳିପାଳ ଅଭୟାରଣ୍ୟରେ ଶିକାର ଅଭିଯୋଗରେ ୧୩ ଜଣ ଶିକାରୀଙ୍କୁ ଧରିଛି ବନ ବିଭାଗ । ବଡ଼ କଥା ହେଲା, ଏହି ଶିକାରୀ ମାନଙ୍କୁ ଧରାଇ ଦେଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ୟାମେରା ।
ଗିରଫ ୧୩ ଶିକାରୀଙ୍କଠାରୁ ଅନେକ ବନ୍ଧୁକ ଓ ଧନୁତୀର ଜବତ କରାଯାଇଛି । ଶିମିଳିପାଳ ବାଘ ଅଭୟାରଣ୍ୟରେ ବିଭିନ୍ନ ସମୟରେ ଏହି ଶିକାରୀ ମାନେ ବେଆଇନ୍ ଭାବେ ଶିକାର କରିଥାନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ଖଞ୍ଜାଯାଇଥିଲା ଏଆଇ କ୍ୟାମେରା। ସେହି ଏଆଇ କ୍ୟାମେରା ସହାୟତାରେ ୧୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/12/30/v1N4NhfgnP4GSo3Aptha.jpg)