ଅହମଦାବାଦ ବିମାନ ଦୁର୍ଘଟଣା; ତିନି ମାସ ତଳେ ବଦଳାଯାଇଥିଲା ଇଞ୍ଜିନ, କେମିତି ହେଲା ଏତେ ବଡ଼ ଦୁର୍ଘଟଣା?

Advertisment

ଅହମଦାବାଦରୁ ଲଣ୍ଡନକୁ ଯାଉଥିବା ଏହି ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ହିଁ କ୍ରାସ୍ କରିଯାଇଥିଲା, ଯେଉଁଥିରେ କି ୧୨ ଜଣ କ୍ରୁ ମେମ୍ବରଙ୍କ ସହିତ ୨୪୨ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ୨୪୧ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ, ଜଣେ ମାତ୍ର ଯାତ୍ରୀ ବଞ୍ଚିଯାଇଥିଲେ ।

ai-171

ai-171 Photograph: (kanak news)

କନକ ବ୍ୟୁରୋ: ଅହମଦାବାଦରେ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୧୨ ବର୍ଷ ତଳର ଏହି ପୁରୁଣା ପ୍ଲେନର ଗୋଟିଏ ଇଞ୍ଜିନକୁ କିଛି ଦିନ ତଳେ ହିଁ ମରାମତି କରାଯାଇଥିଲା । ଏହାସହିତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଇଞ୍ଜିନକୁ ବଦଳାଯାଇଥିଲା ବୋଲି ସୂଚନା ମିଳିଛି । ଅହମଦାବାଦରୁ ଲଣ୍ଡନକୁ ଯାଉଥିବା ଏହି ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ହିଁ କ୍ରାସ୍ କରିଯାଇଥିଲା, ଯେଉଁଥିରେ କି ୧୨ ଜଣ କ୍ରୁ ମେମ୍ବରଙ୍କ ସହିତ ୨୪୨ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ୨୪୧ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ, ଜଣେ ମାତ୍ର ଯାତ୍ରୀ ବଞ୍ଚିଯାଇଥିଲେ । ମିଳିଥିବା ସୂଚନା ମୁତାବକ, ଏୟାର ଇଣ୍ଡିଆର ଏହି ବିମାନଟିକୁ ଜୁନ୍ ୨୦୨୩ରେ ଭଲ ଭାବରେ ଯାଞ୍ଚ କରାଯାଇଥିଲା । ଡିସେମ୍ବର ମାସରେ ମଧ୍ୟ ଏହାର ଆଗାମୀ ସମ୍ପୂର୍ଣ୍ଣ ଯାଞ୍ଚ ନେଇ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ପୂର୍ବରୁ ହିଁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe