ଅହମ୍ମଦାବାଦ ସ୍କୁଲକୁ ବୋମା ଧମକ: ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଧମକ

Advertisment

ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଏଥିରେ ଧମକ ଦିଆଯାଇଛି। ଅତିକମ୍‌ରେ ପାଞ୍ଚଟି ସ୍କୁଲକୁ ଏପରି ଧମକପୂର୍ଣ୍ଣ ଇମେଲ ମିଳିଛି। ଇମେଲ ମିଳିବା ପରେ ସ୍କୁଲଗୁଡ଼ିକୁ ଖାଲି କରାଯାଇ ତଲାସି ନିଆଯାଇଥିଲା। ଜାନୁଆରି ୨୬ ପୂର୍ବରୁ ଅହମଦାବାଦର ଅନେକ ସ୍କୁଲକୁ ଏପରି ଧମକ ମିଳିଥିଲା ବୋଲି ସିଟି କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

BOMB THREAT

BOMB THREAT Photograph: (KANAK NEWS)

କନକ ବ୍ୟୁରୋ : ଗୁଜରାଟର ଅହମଦାବାଦରେ ସୋମବାର ଅନେକ ସ୍କୁଲକୁ ବୋମା ରହିଥିବା ନେଇ ଧମକ ମିଳିଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ସୂଚନା ଅନୁଯାୟୀ, ଇମେଲ ଜରିଆରେ ଜିଲ୍ଲାର ଅନେକ ସ୍କୁଲକୁ ବୋମା ଥିବା ଧମକ ମିଳିବା ପରେ ବଡ଼ଧରଣ ଯାଞ୍ଚ ଚାଲିଛି। ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଏଥିରେ ଧମକ ଦିଆଯାଇଛି। ଅତିକମ୍‌ରେ ପାଞ୍ଚଟି ସ୍କୁଲକୁ ଏପରି ଧମକପୂର୍ଣ୍ଣ ଇମେଲ ମିଳିଛି। ଇମେଲ ମିଳିବା ପରେ ସ୍କୁଲଗୁଡ଼ିକୁ ଖାଲି କରାଯାଇ ତଲାସି ନିଆଯାଇଥିଲା। ଜାନୁଆରି ୨୬ ପୂର୍ବରୁ ଅହମଦାବାଦର ଅନେକ ସ୍କୁଲକୁ ଏପରି ଧମକ ମିଳିଥିଲା ବୋଲି ସିଟି କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ଝଣ୍ଡେୱାଲାନର ବିଟି ତାମିଲ ସ୍କୁଲ, ସର୍ଦ୍ଦାର ପଟେଲ ବିଦ୍ୟାଳୟ ଏବଂ ବ୍ରିଟିଶ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା। ପୁଲିସ କହିଛି ଯେ, ସକାଳ ପ୍ରାୟ ୯ଟା ୧୨ ମିନିଟ ସମୟରେ ତିନୋଟି ସ୍କୁଲରୁ ବୋମା ଧମକ ବିଷୟରେ ଫୋନ୍ ଆସିଥିଲା। ପରେ ଅନ୍ୟ ସ୍କୁଲ ସମାନ ବୋମା ଧମକ ଥିବା ଇମେଲ୍ ଆସିବା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଏହାପୂର୍ବରୁ ଦିଲ୍ଲୀର ୧୩ ସ୍କୁଲ ଓ ସଂସଦକୁ ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଥିଲା ।

ଅଧିକ ପଢ଼ନ୍ତୁ--ପଶ୍ଚିମବଙ୍ଗର ୭ ଅଧିକାରୀଙ୍କୁ ନିଲମ୍ବନ କଲେ ଇସିଆଇ ; ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe