କନକବ୍ୟୁରୋ : ଅହମଦାବାଦରେ ଗତ ୧୨ ତାରିଖ ଦିନ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚସ୍ତରୀୟ କମିଟି  ଗଠିତ ।  କେନ୍ଦ୍ର ଗୃହ ସଚିବ ଏହି କମିଟିର ନେତୃତ୍ୱ ନେବେ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ମାନକ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା । କମିଟିକୁ ତିନି ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ପଡିବ  ।  

Advertisment

ଏହି ଉଚ୍ଚସ୍ତରୀୟ କମିଟି ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଏକ ସାମଗ୍ରିକ ଏବଂ ନୀତି-ଭିତ୍ତିକ ସମାଧାନ ପ୍ରସ୍ତୁତ କରିବ । ଆଜି ଗୃହମନ୍ତ୍ରାଳୟରେ ବସିଥିବା ବୈଠକରେ ବାୟୁସେନା ଅଧିକାରୀଙ୍କ ସହ ବିଚାରବିମର୍ଷ କରିବା ପରେ ସମିତି ଗଠନ କରାଯାଇଛି ।  

୩ମାସ ମଧ୍ୟରେ ରିପୋର୍ଟ ଦେବ କମିଟି ।  ବିଶେଷ କରି ଦୁର୍ଘଟଣା ପଛର କାରଣ କୌଣସି ବୈଷୟିକ ତ୍ରୁଟି କି ନାହିଁ ଏହା ଉପରେ କମିଟି ତଦନ୍ତ କରିବ । କେମିତି ହେଲା ଏତେ ବଡ ବିମାନ ଦୁର୍ଘଟଣା ଏନେଇ ସବୁ ଦିଗରୁ ତଦନ୍ତ କରାଯାଉଛି । ଘଟଣାସ୍ଥଳରେ ଏଏଆଇବି ସହ ୬ ତଦନ୍ତକାରୀ ସଂସ୍ଥା ବିଭିନ୍ନ ଦିଗରୁ ତଦନ୍ତ କରୁଛନ୍ତି ।  ଏହା ଭିତରେ ଅହମଦାବାଦରେ ପହଁଚିଛନ୍ତି ଆମେରିକା-ବ୍ରିଟେନର ଏୟାରକ୍ରାପ୍ଟ ଯାଂଚ ଏଜେନ୍ସି ପହଁଚିଛନ୍ତି ।