କନକ ବ୍ୟୁରୋ : ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଜାରି କଲେ ନୋଟିସ୍ । ଅହମଦାବାଦରେ ୨୦୨୫ ଜୁନ ୧୨ରେ ଘଟିଥିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା । ଏଥିରେ ୨୬୦ ଜଣଙ୍କର ମୃତ୍ୟୁ ଘଟିଥିଲା । ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ସମେତ ଡିଜିସିଏ ଏବଂ ଏଏଆଇବିଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋର ପ୍ରାଥମିକ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁଥିରେ ପାଇଲଟଙ୍କ ତ୍ରୁଟିକୁ ଦାୟୀ କରାଯାଇଛି । କୋର୍ଟ ଏହାକୁ ଦାୟିତ୍ୱହୀନ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଯେଉଁଥିରେ ଏହି ଦୁର୍ଘଟଣାର ସ୍ୱତନ୍ତ୍ର, ନିରପେକ୍ଷ ଓ ଶୀଘ୍ର ତଦନ୍ତ ପାଇଁ ଦାବି କରାଯାଇଛି । ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ନାମକ ଏକ ଏନଜିଓ ଏହି ମାମଲା ଦାୟର କରି ଦାବି କରିଛି ଯେ ଏଏଆଇବି ରିପୋର୍ଟ ଅସମ୍ପୂର୍ଣ୍ଣ ଏବଂ ଏଥିରେ ଡିଜିଟାଲ ଫ୍ଲାଇଟ୍ ଡାଟା ରେକର୍ଡର, କକପିଟ୍ ଭଏସ୍ ରେକର୍ଡର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନ୍ତର୍ଭୁକ୍ତ ହୋଇନାହିଁ ।

Advertisment

 ଡିଜିସିଏକୁ ‘ସୁପ୍ରିମ୍‌’ ନୋଟିସ୍‌

ପାଇଲଟଙ୍କ ତ୍ରୁଟିକୁ ଦାୟୀ କରାଯାଇଥିବା ରିପୋର୍ଟକୁ ଦାୟିତ୍ୱହୀନ କହିଲେ କୋର୍ଟ
ପାଇଲଟଙ୍କୁ ଦୋଷୀ ସାବ୍ୟସ୍ତ କରୁଥିବା ରିପୋର୍ଟ ଦୁର୍ଭାଗ୍ୟଜନକ ବୋଲି କହିଲେ କୋର୍ଟ 
କୋର୍ଟ ଏହି ଦୁର୍ଘଟଣାର ସ୍ୱତନ୍ତ୍ର, ନିରପେକ୍ଷ ଓ ଶୀଘ୍ର ତଦନ୍ତ ପାଇଁ ନୋଟିସ୍ ଜାରି କରିଛନ୍ତି
ତଦନ୍ତ ଟିମରେ ଡିଜିସିଏ ଅଧିକାରୀ ସାମିଲ ହେବା ନେଇ ସ୍ୱାର୍ଥର ଆଶଙ୍କା ଉଠାଇଛନ୍ତି ସୁପ୍ରିମକୋର୍ଟ
ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ପାଞ୍ଚ ଜଣିଆ ଦଳ ଏହି ମାମଲାର ତଦନ୍ତ କରୁଛି
ଯାହା ମଧ୍ୟରୁ ତିନି ଜଣ ଡିଜିସିଏର, ବିମାନ ଦୁର୍ଘଟଣା ପାଇଁ ଡିଜିସିଏ ମଧ୍ୟ ଦାୟୀ ହୋଇପାରେ
ତେଣୁ, ନିରପେକ୍ଷ ତଦନ୍ତ କିପରି କରାଯାଇପାରିବ?
ଫ୍ଲାଇଟ୍ ଡାଟା ରେକର୍ଡର ଓ କକପିଟ୍ ଭଏସ୍ ରେକର୍ଡରର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିବାକୁ ଦାବିକୁ ଗୁରୁତ୍ୱ ଦେଇଛନ୍ତି
ସୁପ୍ରିମକୋର୍ଟ ତଦନ୍ତରେ ଗୋପନୀୟତା ପ୍ରସଙ୍ଗକୁ ମଧ୍ୟ ଉଠାଇଛନ୍ତି
ମାମଲାରେ କେନ୍ଦ୍ର ସରକାର, ଡିଜିସିଏ ଓ ଏଏଆଇବିଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ