କନକ ବ୍ୟୁରୋ: ଗୁଜରାଟର ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଚାଲିଛି। ଅଗ୍ନିଶମ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡିଏମ୍ ଏବଂ ଏସପି  ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ଦୁଇଜଣ ପାଇଲଟ୍ ଏବଂ ଅନ୍ୟ ତିନି ଜଣ ଥିଲେ । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

Advertisment

ନ୍ୟୁଜ୍ ଏଜେନ୍ସି ଏନଆଇର ରିପୋର୍ଟ ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ, ଏକ ନିୟମିତ ତାଲିମ ବିମାନ ଉଡ଼ାଣ ସମୟରେ ଗୁଜରାଟର ପୋରବନ୍ଦରରେ କୋଷ୍ଟଗାର୍ଡର ଏଲ୍ଏଚ୍ ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୂମିରେ ମାଡ଼ ହେବା ମାତ୍ରେ ହେଲିକପ୍ଟରରେ  ନିଆଁ ଲାଗି ଯାଇଥିଲା। 

ଏହାପୂର୍ବରୁ ୨ ସେପ୍ଟେମ୍ବର ୨୦୨୪ରେ ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଉନ୍ନତ ହାଲୁକା ହେଲିକପ୍ଟର ଖସିପଡିଥିଲା। ଏହି ଦୁର୍ଘଟଣା ପରେ ଚାରିଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିଲେ।