କନକ ବ୍ୟୁରୋ: ଗୁଜରାଟ ଅହମ୍ମଦାବାଦରେ ଗୁରୁବାର ବଡ଼ ଧରଣ ବିମାନ ଦୁର୍ଘଟଣା ଘଟିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନଟି ଟେକଅଫ୍ ସମୟରେ କ୍ରାସ୍ କରିଛି । ତେବେ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ ଆଉ ବିମାନଟି ହଠାତ୍ କ୍ରାସ୍ କରିଯାଇଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଥିବା ନେଇ ଖବର ଆସିଛି ।
ଅନ୍ୟପଟେ ବିମାନଟି ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ଜଣକ କ୍ରାସ୍ ହେବା ନେଇ ଏଟିଏସକୁ ସୂଚନା ଦେଇଥିଲେ । ଏହାସହ ବିପଦ ନେଇ ମଧ୍ୟ ସଙ୍କେତ ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ହିଁ, ବିମାନଟି କ୍ରାସ୍ କରିଯାଇଥିଲା ।
ଡିଜିସିଏ ତରଫରୁ ବିମାନ ଦୁର୍ଘଟଣା ପରେ ଏନେଇ ବିସ୍ତୃତ ଭାବେ ଖବର ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ଜୁନ୍ ୧୨ ତାରିଖ ୨୦୨୫ରେ ଏୟାରଇଣ୍ଡିଆର ବିମାନ B787 ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ହେଲେ ଟେକଅଫ୍ ସମୟରେ ହିଁ ବିମାନଟି କ୍ରାସ୍ କରିଯାଇଥିଲା । ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ କ୍ୟାବିନ୍ କ୍ରୁ ମଧ୍ୟ ସାମିଲ ଥିଲେ । ବିମାନଟିକୁ କ୍ୟାପଟେନ୍ ସୁମିତ ସାଭରବାଲ ଚଲାଉଥିବାବେଳେ, ତାଙ୍କୁ ସହଯୋଗ କରୁଥିଲେ ଫାଷ୍ଟ ଅଫିସର୍ କ୍ଲାଇବ୍ କୁନ୍ଦର । ସୁମିତ ସାଭରବାଲ ନିଜ କ୍ୟାରିୟରରେ ୮୨୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ରହିଥିଲା, ଅପରପକ୍ଷରେ ଫାଷ୍ଟ୍ ଅଫିସର୍ କ୍ଲାଇବ୍ କୁନ୍ଦରଙ୍କର ୧୧୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ଥିଲା । ହେଲେ ଏତେ ଅଭିଜ୍ଞତା ଥିବା ପରେ ବି, ବିମାନଟି କାହିଁକି କ୍ରାସ୍ କଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/06/12/lzcgVs1h80LQixjnRK55.jpg)