କନକ ବ୍ୟୁରୋ: କାଲି ରୁଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଠିକ ଏହାର ଦିନକ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ମୋଦୀ । ସୂଚନା ଅନୁସାରେ ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ବନ୍ଧିତ ଆଲୋଚନା କରାଯାଇଛି । ଏଥିସହ ଶାନ୍ତି ପ୍ରତିଷ୍ଠା ଦିଗରେ ୟୁକ୍ରେନକୁ ଭାରତ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମୋଦୀ ଆଶ୍ୱାସନା ଦେଇଥିବା ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ଉଭୟ ମୋଦୀ ଓ ଜେଲେନସ୍କି । ଜେଲେନ୍ସକି କହିଛନ୍ତି, "ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ପୂର୍ବରୁ, ଆମେ ଆମର ସ୍ଥିତି ଉପରେ ସହମତ ହୋଇଥିଲୁ । ଏହି ଯୁଦ୍ଧ ତୁରନ୍ତ ଯୁଦ୍ଧବିରତି ଏବଂ ଆବଶ୍ୟକୀୟ ଶାନ୍ତି ସହିତ ଶେଷ ହେବା ଉଚିତ । ସମସ୍ତେ ଏହି ସ୍ଥିତିକୁ ବୁଝନ୍ତି ଏବଂ ସମର୍ଥନ କରନ୍ତି । ଅନ୍ୟପଟେ କାଲି ଏସସିଓ ସମ୍ମିଟରେ ରୁଷ୍ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଯୁଦ୍ଧ ସମ୍ବନ୍ଧରେ କୌଣସି ବଡ଼ ଆଲୋଚନା ସମ୍ଭାବନା ରହିଛି ।
ଶାନ୍ତି ଆଲୋଚନା କରିବ ଭାରତ: ଜେଲେନସ୍କିଙ୍କ ସହ ଫୋନ୍ରେ କଥା ହେଲେ ମୋଦୀ, କାଲି ପୁଟିନ୍ଙ୍କୁ ଭେଟିବେ
କାଲି ଏସସିଓ ମଞ୍ଚରେ ରୁଷ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦୀ । ଯୁଦ୍ଧର ଶାନ୍ତି ସମାଧାନ ଉପରେ ହୋଇପାରେ ଆଲୋଚନା । ଶନିବାର ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହୋଇଥିଲେ ମୋଦୀ ।
/kanak/media/media_files/2025/08/31/66-peace-offer-2025-08-31-14-37-55.jpg)