କନକ ବ୍ୟୁରୋ : ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ । ପୋଚ ସହ ମଦ ଓ ରାନ୍ଧିବା ସାମଗ୍ରୀ ଜବତ । ଜବତ ସାମଗ୍ରୀକୁ ନିଆଁରେ ପୋଡ଼ି ଦିଆଯାଇଥିବା ବେଳେ ରନ୍ଧା ମଦକୁ ଚୁଲିରେ ଢାଳି ଦିଆଯାଇଛି । କେବଳ ପୋଚ ଜବତ ହୋଇନି ବରଂ ମାଟି ତଳେ ପୋଟା ଯାଉଥିବା ପୋଚକୁ ମଧ୍ୟ ବାହାର କରାଯାଇ ନଷ୍ଟ କରାଯାଇଛି । ଏହି ରେଡରେ ନିୟୋଜିତ ଥିଲେ ଅବକାରୀ ବିଭାଗର ୭ ଜଣିଆ ଟିମ ଆଜି ଜୟପୁର ସହର ନିକଟ ନିଲାଗୁଡ଼ା ଗ୍ରାମର ପାହାଡ ତଳେ ଓ ଜଙ୍ଗଲ ମଝିରେ ଚାଲିଥିଲା ମଦ ରନ୍ଧା । ତାକୁ କାବୁ କରି ଆଜି ଅବକାରୀ ଟିମ ନଷ୍ଟ କରିଛି। ଦଶହରା ପର୍ବ ପାଇଁ ଜିଲ୍ଲା ପ୍ରଶାସନ ମଦୁଆ ଓ ମଦ ବ୍ୟବସାୟଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନେବା ପାଇଁ ହୋଇଛି ନିଷ୍ପତ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us