କନକ ବ୍ୟୁରୋ : ବର୍ଡର-ଗାଭାସ୍କର ଟ୍ରଫି ୨୦୨୪କୁ ନେଇ ଭାରତ ଓ ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। କାଲି ଆରମ୍ଭ ହେଉଛି ଏହି ବହୁପ୍ରତିକ୍ଷିତ ସିରିଜ । ବିଶେଷ କରି ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏହି ସିରିଜକୁ ଜୋରଦାର ପ୍ରଚାର କରାଯାଉଛି । ଯେହେତୁ କଙ୍ଗାରୁ ଦଳ ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡ ଭଲ ରହିଛି, ତେଣୁ ଅଷ୍ଟ୍ରେଲିଆ ପ୍ରଶଂସକମାନେ ତାଙ୍କୁ ଖେଳୁଥିବା ଦେଖି ରୋମାଞ୍ଚିତ ଅନୁଭବ କରୁଛନ୍ତି । ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତ ବନାମ ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟକୁ ଲାଇଭ୍ ଦେଖିବାକୁ ଏକ ଲକ୍ଷରୁ ଅଧିକ କ୍ରିକେଟ ଫ୍ୟାନ୍ସ  ଆସିବେ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଗ୍ରେଗ ଚାପେଲ ସ୍ପୋର୍ଟସ ସେଣ୍ଟର ଅଷ୍ଟ୍ରେଲିଆର ଏକ କ୍ରୀଡ଼ା ଦୋକାନରେ ଜଣେ ପଡକାଷ୍ଟର ପହଞ୍ଚିଛନ୍ତି । ଏହି ଭାଇରାଲ ଭିଡିଓରେ ପ୍ରଶଂସକ କହିଛନ୍ତି ଯେ କୋହଲିଙ୍କ ବ୍ୟାଟ୍ ଅଷ୍ଟ୍ରେଲିଆରେ ୨,୯୮୫ ଡଲାରରେ ବିକ୍ରି ହେଉଛି।