କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ, ଏଥର କଂଗ୍ରେସର ପ୍ରଚାରର ତରିକା ମଧ୍ୟ ଭିନ୍ନ ଦେଖାଯାଉଛି । ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରିବା ମଧ୍ୟ କଂଗ୍ରେସର ନିର୍ବାଚନ ଏଜେଣ୍ଡାର ଏକ ଅଂଶ ପାଲଟିଛି । ତେଣୁ, ଏଥର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ୟାଡମ୍ୟାନ ଭୂମିକାରେ ନଜର ଆସିବେ ।  କଂଗ୍ରେସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ଯେଉଁଥିରେ ରାଜ୍ୟର ପ୍ରାୟ ୫ ଲକ୍ଷ ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ କରାଯିବ । ସାନିଟାରୀ ପ୍ୟାଡ୍ ଥିବା ପ୍ୟାକେଟରେ ରହିଛି  ରାହୁଲ ଗାନ୍ଧୀଙ୍କ ଫଟୋ । ଯାହାକୁ ବିରୋଧ କରିଛି ବିଜେପି । ସାନିଟାରୀ ପ୍ୟାକେଟରେ ପୁରୁଷଙ୍କ ଫଟୋ ରଖିବା ମହିଳାଙ୍କ ପ୍ରତି ଅପମାନ ବୋଲି କହିଛି ଦଳ ।