ରବୀନ୍ଦ୍ର ମଣ୍ଡପରେ ଭକ୍ତିରେ ଭିଜିବ ଆଖି; ଆଜିଠୁ ରବିବାର ଯାଏଁ ‘ଆହେ ନୀଳଶଇଳ’

Advertisment

ଆଜିଠାରୁ ରବିବାର ପର୍ଯ୍ୟନ୍ତ ପୁଣି ଥରେ ଭକ୍ତିରେ ଭିଜାଇବ ଦର୍ଶକଙ୍କ ଆଖି, କାରଣ ଏହି ୪ ଦିନ ଧରି ସଂଧ୍ୟା ୬ଟାରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ଆହେ ନୀଳଶଇଳ । 

ଆଜିଠାରୁ ରବିବାର ପର୍ଯ୍ୟନ୍ତ ପୁଣି ଥରେ ଭକ୍ତିରେ ଭିଜାଇବ ଦର୍ଶକଙ୍କ ଆଖି, କାରଣ ଏହି ୪ ଦିନ ଧରି ସଂଧ୍ୟା ୬ଟାରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ଆହେ ନୀଳଶଇଳ । 

AHE NILA SHAILA

AHE NILA SHAILA Photograph: (KANAK NEWS)

କନକ ବ୍ୟୁରୋ: ମଞ୍ଚ ନାଟକରୁ ଓଡ଼ିଆ ଦର୍ଶକ ଧୀରେ ଧୀରେ ମୁହଁ ଫେରାଇ ନେଉଥିବା ଧାରଣାକୁ ମିଥ୍ୟା ପ୍ରମାଣିତ କରି ନାଟକକୁ ନୂଆ ଦିଶା ଦେଖାଇଛି ଐତିହାସିକ ନାଟକ ‘ଆହେ ନୀଳଶଇଳ’। ପୂର୍ଣ୍ଣ ପ୍ରେକ୍ଷାଳୟ, ତାଳିର ଗର୍ଜନ ଓ ଦର୍ଶକଙ୍କ ଆଖିରେ ଲୁହ, ଏସବୁ ବୟାନ କରିଛି ଓଡ଼ିଆ ମଞ୍ଚନାଟକ ଏବେ ବି ଜୀବନ୍ତ, ଏବେ ବି ହୃଦୟର ଆତ୍ମାକୁ ଛୁଇଁପାରେ । ସେଇଥି ପାଇଁ ଆଜିଠାରୁ ରବିବାର ପର୍ଯ୍ୟନ୍ତ ପୁଣି ଥରେ ଭକ୍ତିରେ ଭିଜାଇବ ଦର୍ଶକଙ୍କ ଆଖି, କାରଣ ଏହି ୪ ଦିନ ଧରି ସଂଧ୍ୟା ୬ଟାରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ଆହେ ନୀଳଶଇଳ । 

ରାଜ୍ୟ ଓ ରାଜ୍ୟ ବାହାରେ ଅପୂର୍ବ ସଫଳତା ପାଇବା ପରେ ବି ଦର୍ଶକଙ୍କ ମନରୁ କମିନି ଆହେ ନୀଳ ଶଇଳ ନାଟକ ପ୍ରତି ପ୍ରେମ । ପୁଣିଥରେ ନାଟକ ଦେଖିବା ପାଇଁ ଦର୍ଶକଙ୍କ ଆଗ୍ରହ ଓ ଆକୁଳତା ଆହୁରି ଗଭୀର ହୋଇଯାଇଛି । ସେହି ଦର୍ଶକଙ୍କ ଭଲପାଇବା ଓ ନାଟ୍ୟପ୍ରେମୀଙ୍କ ଅନୁରୋଧରେ ଆସନ୍ତା ଆଜିଠୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଆହେ ନୀଳଶଇଳ । ଦର୍ଶକଙ୍କ ପାଇଁ ଅଗ୍ରିମ ଟିକେଟ୍ ଅନଲାଇନରେ ‘ବୁକ୍ ମାଇଁ ସୋ’ ମାଧ୍ୟମରେ ଉପଲବ୍ଧ ହୋଇସାରିଛି ।

ବର୍ତ୍ତମାନ ‘ବୁକ୍ ମାଇଁ ସୋ’ ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ ଜାରି ରହିଛି ।  ଟିକେଟ୍ ପାଇବାରେ କୌଣସି ସମସ୍ୟା ହେଲେ ୯୮୫୩୦୩୫୧୦୪ ଓ ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଚକଲେଟ୍ ପ୍ରଡକ୍ସନ୍ସ ପକ୍ଷରୁ ଅନୁରୋଧ କରାଯାଇଛି । ନାଟକର ରୂପକାର ତଥା ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ କୁହନ୍ତି ଦର୍ଶକଙ୍କ ଭଲପାଇବା ଓ ଅନୁରୋଧ ହେତୁ ଆମକୁ ବାରମ୍ବାର ନାଟକ ପ୍ରଦର୍ଶନ କରିବାକୁ ପଡ଼ୁଛି । ମୁଁ ଆଶା କରୁଛି, ଯେଉଁମାନେ ନାଟକ ଦେଖିପାରି ନାହାନ୍ତି ଏଥର ସେମାନେ ନିଶ୍ଚୟ ଦେଖବାର ସୁଯୋଗ ନେବେ ।  ‘ଆହେ ନୀଳଶଇଳ’ ନାଟକ ମାଧ୍ୟମରେ ଚକଲେଟ୍ ପ୍ରଡକ୍ସନ୍ସ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବାରୁ ମୁଁ ଖୁସି ।  

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଏକ ଗଭୀର ଓ ଗର୍ବମୟ ଅଧ୍ୟାୟକୁ ନେଇ ରଚିତ ଏହି ନାଟକର ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା । ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ । ଓଡ଼ିଆ ସିନେମା ଓ ଟେଲିଭିଜନ୍ ଜଗତର ଅନେକ ପରିଚିତ କଳାକାରଙ୍କ ନିଖୁଣ ଅଭିନୟ ନାଟକକୁ ଆହୁରି ଜୀବନ୍ତ କରିଛି । ଭୁବନେଶ୍ୱର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀ ପର୍ଯ୍ୟନ୍ତ ମଞ୍ଚସ୍ଥ ହୋଇ ‘ଆହେ ନୀଳଶଇଳ’ କେବଳ ଏକ ନାଟକ ହୋଇନାହିଁ ବରଂ ଏହା ହୋଇଯାଇଛି ଓଡ଼ିଆ ଅସ୍ମିତା, ଜଗନ୍ନାଥ ସଂସ୍କୃତି ଓ ମଞ୍ଚନାଟକ ପ୍ରତି ଅତୁଟ ଭକ୍ତିର ଜୀବନ୍ତ ପ୍ରତୀକ । ତେଣୁ ନୂଆବର୍ଷରେ ଦର୍ଶକଙ୍କ ଅନୁରୋଧକୁ ରକ୍ଷା କରି ଆଜିଠାରୁ ବାହୁଡୁଛି ଓଡ଼ିଆ ଜାତିର ଆତ୍ମା ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ନାଟକ 'ଆହେ ନୀଳଶଇଳ' । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe