କନକ ବ୍ୟୁରୋ : ଦର୍ଶକଙ୍କ ଅନୁରୋଧରେ ପୁଣିଥରେ ବାହୁଡୁଛି , ଅପାର ଲୋକପ୍ରିୟତା ପାଇଥିବା ଐତିହାସିକ ନାଟକ "ଆହେ ନୀଳଶଇଳ" । ପୁଣି ଥରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବାକୁ ଯାଉଛି । ଓଡ଼ିଆ ଜାତିର ଆତ୍ମା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏହି ନାଟକଟି ସମର୍ପିତ । ଆମ ଠାକୁର, ଆମ ଇତିହାସ ଓ ଆମ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି ଏହି ନାଟକ ।
ଏହି ନାଟକଟି ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶାର ଇତିହାସ ଉପରେ ଆଧାରିତ । ଏଥିରେ ମୋଗଲ ଶାସକ ତକି ଖାଁର ଆକ୍ରମଣରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଗଜପତି ରାମଚନ୍ଦ୍ର ଦେବଙ୍କର ବୀରତ୍ୱ, ବଳିଦାନ ଓ ଅତୁଳନୀୟ ସଂଘର୍ଷର କାହାଣୀ ପ୍ରଦର୍ଶିତ ହୋଇଛି । ଓଡ଼ିଆ ଜାତିର ଆତ୍ମା ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆହେ ନୀଳଶଇଳ' ।
ଏହି ନାଟକ ଦେଖିବା ପାଇଁ ଆପଣ BookMyShow ମାଧ୍ୟମରେ ଏହି ଲିଙ୍କ୍ରେ https://in.bookmyshow.com/plays/ahe-nilashaila/ET00453898 ଅନଲାଇନରେ ଟିକେଟ୍ ବୁକ୍ କରିପାରିବେ ।
ନାଟକ ମଞ୍ଚସ୍ଥର ସମୟ , ଅଗଷ୍ଟ ୧୭ ରୁ ୨୦ ତାରିଖ , ସନ୍ଧ୍ୟା ୬ଟା
ସ୍ଥାନ-ରବୀନ୍ଦ୍ର ମଣ୍ଡପ , ଭୁବନେଶ୍ୱର
ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ
•୯୮୫୩୦୩୫୧୦୪
•୮୯୦୮୦୨୦୧୦୪