କନକ ବ୍ୟୁରୋ : ବିଧାନସଭାରେ ଦେଖିବାକୁ ମିଳିଛି ପୂର୍ବତନ କୃଷି ମନ୍ତ୍ରୀ ବନାମ ଏବେର କୃଷି ମନ୍ତ୍ରୀ । ବିଧାନସଭାରେ ବିଜେଡି ବିଧାୟକ ରାଜା ସ୍ବାଇଁଙ୍କ ପ୍ରଶ୍ନ ଥିଲା , ଯେଉଁ ସରକାର ସାର ଯୋଗାଇ ପାରିଲେନି ସେ ସରକାର ଶୀତଳ ଭଣ୍ଡାର କେମିତି କରିବେ ? ଉତ୍ତରେ ରାଜା ସ୍ୱାଇଁଙ୍କ ଉପରେ ଦୋଷ ଲଦିଲେ କୃଷି ମନ୍ତ୍ରୀ କେଭି ସିଂଦେଓ । କହିଲେ, ନିଜେ କୃଷି ମନ୍ତ୍ରୀ ଥିବାବେଳେ ତ ଶୀତଳ ଭଣ୍ଡାର କଲେ ନାହିଁ । ଆମ ସରକାର କରିବାକୁ ଚେଷ୍ଟା କଲା ବେଳେ ପ୍ରଶ୍ନ କରୁଛନ୍ତି । ଆମ ସରକାର ୨ ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ସାର ଚାଷୀଙ୍କୁ ଯୋଗାଇ ଦେଇଛି । ହେଲେ କୃତିମ ଆନ୍ଦୋଳନ ସୃଷ୍ଟି କରାଯାଇଛି । ସାର ଆନ୍ଦୋଳନ ଯେଉଁଠି ହେଉଛି କେତେ ବିଧାୟକ ଯାଇକି ସମୀକ୍ଷା କରିଛନ୍ତି ? ଏପରି ପ୍ରଶ୍ନ କରିଥିଲେ ।
ଖାଲି ସେତିକି ନୁହେଁ.. ସେ ଆହୁରି ମଧ୍ୟ କହିଛନ୍ତି ,ଆପଣଙ୍କ ସମୟରେ ଶୀତଳ ଭଣ୍ଡାର କଲେ ନାହିଁ । ଆମେ କରିକି ଦେଖାଉବୁ । ସବୁ ସବ୍ଡ଼ିଭିଜନରେ ଶୀତଳ ଭଣ୍ଡାର କରିବୁ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/24/46-2025-09-24-14-01-41.jpg)