କନକବ୍ୟୁରୋ : ଗୁଣବତ୍ତା ନିଶ୍ଚିତତାକୁ ସୁଦୃଢ଼ କରିବା ସହ ଗ୍ରାହକଙ୍କ କ୍ରମବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଉଦାହରଣ ସ୍ୱରୂପ , ସେଲ୍, ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଜୁଲାଇ ୪ ତାରିଖ ଦିନ ଇଡି ପ୍ରୋଜେକ୍ଟସ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମେସର୍ସ ଷ୍ଟଲିଂ ଆଣ୍ଡ୍ ୱିଲସନ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ଏକ ଅତ୍ୟାଧୁନିକ ଉତ୍ପାଦ ପରୀକ୍ଷଣ ପ୍ରୟୋଗ ଶାଳା ସ୍ଥାପନ ପାଇଁ ଏକ ଚୁକ୍ତିନାମାରେ ସ୍ବାକ୍ଷର କରିଛି। ଏହି ପ୍ରୟୋଗଶାଳା ନୂତନ ପ୍ଲେଟ୍ ମିଲ୍ (ଏନପିଏମ୍), ସ୍ପେସିଆଲ ପ୍ଲେଟ୍ ପ୍ଲାଣ୍ଟ (ଏସପିପି), ଏବଂ ହଟ୍ ଷ୍ଟ୍ରିପ୍ ମିଲ୍-୨ (ଏଚ ଏସ ଏମ୍-୨) ର ବର୍ଦ୍ଧିତ ପରୀକ୍ଷଣ ଆବଶ୍ୟକତା ପୂରଣ କରିବ।
ଏହି ଚୁକ୍ତି ସ୍ବାକ୍ଷର ସମାରୋହ ପ୍ରକଳ୍ପ ବିଭାଗର ସିଜିଏମ୍ ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରଏସପି ଏବଂ ରାଞ୍ଚି ସେଲ ସିଇଟି ର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ଆଗାମୀ ସୁବିଧାକୁ ଦୃଷ୍ଟିରେ ରଖ୍ ଏନପିଏମ୍, ଏସପିପି ଏବଂ ଏଚଏସଏମ୍-୨ ବିଭାଗର ବର୍ଦ୍ଧିତ କ୍ଷମତାରୁ ଉପୁଜୁଥିବା ବର୍ଷିତ ଉତ୍ପାଦ ପରୀକ୍ଷଣ ଚାହିଦା ପୂରଣ କରିବା ପାଇଁ କଳ୍ପନା କରାଯାଇଛି। ଏହି ସବୁ ମିଲ୍ ଦ୍ବାରା ଉତ୍ପାଦିତ ସ୍ବତନ୍ତ୍ର ମାନର ଇସ୍ପାତର ସମୟୋଚିତ ବିଶ୍ଳେଷଣକୁ ସୁନିଶ୍ଚିତ କରିବା ପାଇଁ ପରୀକ୍ଷାଗାରଟି ଅତ୍ୟାଧୁନିକ ପରୀକ୍ଷଣ ଭିତ୍ତିଭୂମି ସହିତ ସଜ୍ଜିତ ହେବ। ଏପରି ପରିବର୍ତ୍ତନରେ, ଶୀଘ୍ର ପ୍ରେରଣ ଏବଂ ଅଧିକ ଦକ୍ଷ ଇନଭେଣ୍ଟରୀ ପରିଚାଳନାକୁ ସହଜ କରିପାରିବ ।
ଏଥିରେ ଥିବା ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି, ପରୀକ୍ଷାଗାରଟି ଏନଏ ବି ଏଲ ମାନ୍ୟତାପ୍ରାପ୍ତ ମାନକ ସହିତ ବିକଶିତ ହେବ, ଯାହାଦ୍ବାରା ଉଚ୍ଚ-ପ୍ରୋଫାଇଲ୍ ର ଗ୍ରାହକମାନଙ୍କ ଦ୍ବାରା ଆଶା କରାଯାଉଥିବା ଉଚ୍ଚ ଗୁଣବତ୍ତା ମାନଦଣ୍ଡ ପୂରଣ ହୋଇପାରିବ । ଏହା ତୃତୀୟ-ପକ୍ଷ ଯାଞ୍ଚକୁ ମଧ୍ଯ ସମର୍ଥନ କରିବା ସହ ମୂଳ ଉତ୍ସରେ ଉତ୍ପାଦ ଗୁଣବତ୍ତା ଯାଞ୍ଚ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ସମ୍ଭାବ୍ୟ ଇଚ୍ଛା ପୂରଣ କରି ପାରିବ ।
ଏହି ପ୍ରୟୋଗଶାଳା ର ସ୍ଥାପନ ଏବଂ ସ୍ଥିରୀକରଣ ପରେ, ପରୀକ୍ଷାଗାରକୁ ଆରଏସପି ର ଆର ଏଣ୍ଡ ସି ଲ୍ୟାବ୍ ଦ୍ବାରା ଏନ ଏ ବି ଆଇ ପ୍ରମାଣପତ୍ର ପାଇଁ ନିଆଯିବ। ଉକ୍ତ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ଅବଧୂ ଚୁକ୍ତିନାମାର କାର୍ଯ୍ୟକାରୀ ତାରିଖରୁ ୨୫ ମାସ ଅଟେ । ଏହି ପ୍ରକଳ୍ପଟି ରାଞ୍ଚିର ମେସର୍ଷ ସି ଇ ଟି ର ପରାମର୍ଶ ସହାୟତାରେ ଆରଏସପି ର ପ୍ରକଳ୍ପ ବିଭାଗ ଦ୍ବାରା କାର୍ଯ୍ୟକାରୀ କରାଯିବ।