ଲୋକସେବା ଆୟୋଗ ପରୀକ୍ଷା ପରୀକ୍ଷାରେ ପ୍ରଶ୍ନପତ୍ର ଲିକକୁ ନେଇ ତାତିଲେ ଆଶାୟୀ ; ବିକ୍ଷୋଭକୁ ସମର୍ଥନ କରି ଅଡୁଆରେ ପ୍ରଶାନ୍ତ କିଶୋର

ବିହାର ଲୋକସେବା ଆୟୋଗ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ତାତିଲେ ଆଶାୟୀ । ଆଜି ବିହାର ବନ୍ଦ ଡାକରା । ଆଶାୟୀଙ୍କୁ ସମର୍ଥନ କରି ଅଡୁଆରେ ପ୍ରଶାନ୍ତ କିଶୋର ।

New Project (28)


ପ୍ରଶ୍ନପତ୍ର ଲିକ, ବିହାର ବନ୍ଦ

କନକ ବ୍ୟୁରୋ: ବିହାର ପବ୍ଲିକ ସର୍ଭିସ କମିଶନ ବା ବିପିଏସ୍‌ସି ଆଶାୟୀଙ୍କ ଦ୍ୱାରା ଜାରି ରହିଥିବା ବିକ୍ଷୋଭକୁ ସମର୍ଥନ କରି ଅଡ଼ୁଆରେ ପ୍ରଶାନ୍ତ କିଶୋର।  ଛାତ୍ର ଉତ୍ତେଜନା ପରେ ପାଟନାରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମେତ ଦଳର ରାଜ୍ୟ ସଭାପତି ମନୋଜ ଭାରତୀ ଓ ଅନ୍ୟ ନେତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ପରୀକ୍ଷାର୍ଥୀଙ୍କୁ ରାଜରାସ୍ତାରେ ଆସି ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ଉପରେ ଅନେକ ଗମ୍ଭୀର ଧାରା ଲାଗୁ କରିଛି ବିହାର ପୁଲିସ ।

କାଲିର ଉତ୍ତେଜନା ପାଇଁ ୬୦୦ରୁ ଅଧିକ ଅଜଣା ବିକ୍ଷୋଭକାରୀଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । ପ୍ରଶାସନର ଅନୁମତି ନମିଳିବା ସତ୍ତ୍ୱେ ଗାନ୍ଧି ମଇଦାନରେ ଆସି ବିକ୍ଷୋଭ କରିବା ଓ ବିକ୍ଷୋଭକାରୀଙ୍କୁ ଉସୁକାଇବା ଅଭିଯୋଗରେ ପ୍ରଶାନ୍ତ କିଶୋର ମୋଟ ୨୧ ଜଣଙ୍କୁ ମାମଲାଭୁକ୍ତ କରିଛି ପୁଲିସ । ଉଲ୍ଲେଖଯୋଗ୍ୟ, ବିହାର ପବ୍ଲିକ ସର୍ଭିସ କମିଶନର ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀମାନେ ପୁନଃ ପରୀକ୍ଷା ଦାବିରେ ଆନ୍ଦୋଳନ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe