କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ତାଙ୍କ ହସ୍ତକ୍ଷେପ ଯୋଗୁଁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଟଳିଲା । କେବଳ ଫୋନ୍ କଲ୍ ଜରିଆରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିଥିବା କହିଛନ୍ତି ଟ୍ରମ୍ପ । ତାଙ୍କ ଯୋଗୁଁ ପରମାଣୁ ଯୁଦ୍ଧ ଟଳି ଗଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ନେଦରଲ୍ୟାଣ୍ଡର ରାଜଧାନୀ ହେଗ୍ରେ ନାଟୋ ସମ୍ମିଳନୀ ଅବସରରେ ଭାରତ-ପାକ ଯୁଦ୍ଧ ବିରାମ ପ୍ରସଙ୍ଗ ଉଠାଇ ଟ୍ରମ୍ପ ପୁଣି ନିଜକୁ ଏହାର ଶ୍ରେୟ ଦେଇଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ଦୁଇଟି ବିକଳ୍ପ ରଖିଥିଲି, ଯୁଦ୍ଧ କିମ୍ୱା ବ୍ୟବସାୟ । ଭାରତର ପ୍ରଧାନମନ୍ତ୍ରୀ ଜଣେ ଭଦ୍ର ବ୍ୟକ୍ତି ଓ ମୋର ଭଲ ବନ୍ଧୁ । ତାଙ୍କୁ ବୁଝାଇ କହିଥିଲି, ଆପଣ ଯଦି ଯୁଦ୍ଧ କରିବେ ତେବେ ଆମେ ବାଣିଜ୍ୟ ଚୁକ୍ତି କରିବା ନାହିଁ । ମୋଦୀ କହିଥିଲେ ସେ ବାଣିଜ୍ୟ କରିବାକୁ ଚାହୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ବାଣିଜ୍ୟ ସମ୍ପର୍କିତ ସିରିଜ୍ କଲ୍ କାମରେ ଆସିଲା ।
ଦୁଇ ରାଷ୍ଟ୍ରକୁ କୁହାଯାଇଥିଲା ଯଦି ଯୁଦ୍ଧ କରିବ ତ ଆମେ କୌଣସି ବାଣିଜ୍ୟିକ ବୁଝାମଣା କରିବୁ ନାହିଁ । ଠିକ୍ ସେହିପରି ଆମେରିକାର ଆକ୍ରମଣ ପରେ ହିଁ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିରାମ ହେଲା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏପଟେ ଟ୍ରମ୍ପଙ୍କ ବୟାନକୁ ନେଇ ପୁଣି ମୋଦୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/26/donald-trump-2025-06-26-13-09-21.jpg)