କନକବ୍ୟୁରୋ : ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗ, ଯାତ୍ରା ମଞ୍ଚକୁ ଚେୟାର ଫିଙ୍ଗିଲେ ଦର୍ଶକ । ଭଦ୍ରକ ଅନ୍ନପାଳରେ ଯାତ୍ରା "ସ୍ୱର୍ଣ୍ଣ ମନ୍ଦିର"ର ପ୍ରଥମ ରାତିର ନାଟକ "ସ୍ୱାମୀ ପାଇଁ ପଛେ ନର୍କକୁ ଯିବି" ଚାଲିଥିଲା । ଏହି ସମୟରେ ଡାଇଲଗରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଆଉ ହିନ୍ଦୁ ଧର୍ମକୁ ଅପମାନ କଲା ଭଳି କିଛି ଦୃଶ୍ୟ ଥିଲା ।
ଯାହା ଦେଖି ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ଯାତ୍ରା ବନ୍ଦ କରିଦେଇଥିଲେ । କିଛି ସମୟ ଏହିଭଳି ଚାଲିବା ପରେ ଯାତ୍ରା କଳାକାର ଏବଂ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଲୋକଙ୍କୁ ବୁଝାସୁଝା କରି ସେହି ସିନରୁ କିଛି ଅଂଶ କାଟି ପୁଣି ପରିବେଷଣ କରିଥିଲେ । ୨ ଦିନ ତଳେ ବାଲେଶ୍ବର ସୋରରେ ଜଗନ୍ନାଥଙ୍କୁ ଅପମାନ ଅଭିଯୋଗରେ ମଞ୍ଚ ଉପରକୁ ଚେୟାର ଫିଙ୍ଗିଥିଲେ ଦର୍ଶକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/27/JgFjEcqrRKcKDTO9hTua.jpg)