କନକ ବ୍ୟୁରୋ : ଭିଡିଓ ଭାଇରାଲ୍ ଧମକ ଦେଇ ଝିଆରୀକୁ ଦୁଷ୍କର୍ମ । ପିପିଲି ଅଞ୍ଚଳରେ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ସହିତ ତା’ର ସମ୍ପର୍କୀୟ ଦାଦା ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଅଶ୍ଳୀଳ ଫଟୋ ଭାଇରାଲର ଧମକ ଦେଇ ଅଭିଯୁକ୍ତ ଜଣକ ସଂପୃକ୍ତ ନାବାଳିକା ସହିତ ଏକାଧିକବାର ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ସାତଶଙ୍ଖ ଫାଣ୍ଡି ଅଞ୍ଚଳରେ । ଅଭିଯୋଗ ପରେ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ପୁଲିସ । ପୀଡ଼ିତାଙ୍କ ମା'ଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀ ସମ୍ପର୍କୀୟ ଦାଦା ପ୍ରତିଦିନ ନାବାଳିକାଙ୍କ ଘରକୁ ଯିବାଆସିବା କରନ୍ତି । ଏପରିକି ତାଙ୍କ ଘରେ ବହୁ ସମୟ ଧରି ଟିଭି ଦେଖନ୍ତି । ଏହାରି ଭିତରେ ଦାଦାର ଲୋଲୁପ ଦୃଷ୍ଟି ଝିଆରୀ ଉପରେ ପଡ଼ିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ସେ ପ୍ରଥମେ ଝିଆରୀଙ୍କୁ ଦୁଷ୍କର୍ମ କରି ତା'ର ଫଟୋ ଓ ଭିଡିଓ ରେକର୍ଡିଂ କରିଥିଲା । ପରବର୍ତ୍ତୀ ସମୟରେ ସେହି ଫଟୋ ଓ ଭିଡିଓକୁ ଭାଇରାଲ୍ କରିବାର ଧମକ ଦେଇ ଏକାଧିକ ଥର ଝିଆରୀଙ୍କୁ ଦୁଷ୍କର୍ମ କରିଥିଲା । ଭୟରେ ନାବାଳିକା ମୁହଁ ଖୋଲୁନଥିଲା । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି । ପୀଡ଼ିତା ଓ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରାଯାଇଛି । ଆଜି ଅଭିଯୁକ୍ତକୁ ପୁରୀ ସ୍ବତନ୍ତ୍ର(ପୋକ୍‌ସୋ)କୋର୍ଟକୁ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

Advertisment