କନକ ବ୍ୟୁରୋ : କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କୁ ପାଞ୍ଚ ମାସ ମଧ୍ୟରେ ଏନଆଇଏ ତିନି ଥର ଜେରା କରିସାରିଛି । ବାଂଲାଦେଶରୁ କମ୍ ବୟସର ଝିଅଙ୍କୁ ଆଣି ଓଡ଼ିଶାରେ ବିଭିନ୍ନ ଅନୈତିକ କାମରେ ଲଗାଯାଉଥିବା ନାବାଳିକା କହିଛନ୍ତି । ଏତେ ଜେରା ପରେ ବି ନାବାଳିକାଙ୍କୁ ବାଂଲାଦେଶ ପଠାଇବାରେ କାହିଁକି ହେଉଛି ବିଳମ୍ବ? ଯୁବତୀ ଚାଲାଣ ପଛରେ କୌଣସି ଦେଶ ବିରୋଧୀ ଗତିବିଧି ଅଛି କି ନାହିଁ? ସେ ନେଇ ଯାଞ୍ଚ ଅଧିକ କରୁଛି ଏନଆଇଏ । ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି, ନାବାଳିକା ବଂଲାଦେଶକୁ ଫେରିବା ଜରୁରି । କିନ୍ତୁ ଦେଶର ସୁରକ୍ଷା ପାଇଁ ଏନଆଇଏ ତଦନ୍ତ କରୁଥିବାରୁ କିଛିଦିନ ବିଳମ୍ୱ ହୋଇପାରେ ।
ଗଲା କିଛି ବର୍ଷ ଭିତରେ କଟକରେ ଛାଇ ଯାଇଛନ୍ତି ବାଂଲାଦେଶୀ । ଫେରିବାଲାଠାରୁ ଆରମ୍ଭ କରି କୋଠାବାଡ଼ି ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କିଛି ବାଂଲାଦେଶୀ କାମ କରୁଛନ୍ତି । ବ୍ୟବସାୟ ବି କରୁଛନ୍ତି । ସେମାନଙ୍କ ମଧ୍ୟରୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି । ଏମାନଙ୍କୁ ଚିହ୍ନଟ କରି ସ୍ବଦେଶ ଫେରାଇବାକୁ ପଦକ୍ଷେପ ନିଆଯିବ ବୋଲି କଟକ ଡିସିପି କହିଛନ୍ତି । ଉଦ୍ଧାର ନାବାଳିକା ହୁଅନ୍ତୁ କି ବେଆଇନ ଭାବେ ବାଂଲାଦେଶରୁ ଆସି କଟକରେ ବିଭିନ୍ନ କାମ କରୁଥିବା ଲୋକଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପାଇଁ ଉଦ୍ୟମ ଜାରି ରହିଛି ।