ପୁଣି ବିମାନକୁ ମିଳିଲା ବୋମା ଧମକ : ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିବା ପରେ ଭୟର ବାତାବରଣ ଖେଳିଯାଇଛି । ପାଇଲଟଙ୍କୁ ସୂଚନା ମିଳିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି ।

IndiGo

IndiGo Photograph: (Google)

କନକ ବ୍ୟୁରୋ : ବିମାନକୁ ମିଳିଲା ବୋମା ଧମକ । ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିବା ପରେ ଭୟର ବାତାବରଣ ଖେଳିଯାଇଛି । ପାଇଲଟଙ୍କୁ ସୂଚନା ମିଳିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି । ଆଜି ସକାଳ ୭.୩୫ ମିନିଟରେ ମୁମ୍ବାଇରୁ ଉଡ଼ାଣ ଭରି ବିମାନ ମୁମ୍ବାଇ ଆସୁଥିବାବେଳେ କଣ୍ଟ୍ରୋଲ ରୁମକୁ ଏହି ଧମକ ମିଳିଥିଲା ତେବେ ଯାଞ୍ଚ୍ ପରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନି ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି । ପରିସ୍ଥିତିକୁ ଦେଖି ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ଏମରଜେନ୍ସି ଘୋଷଣା କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe