କନକ ବ୍ୟୁରୋ : କୁଜଙ୍ଗ ଥାନା ଅଧିକାରୀ ତପନ ନାହାକଙ୍କୁ ଶେଷରେ ବାନ୍ଧିଛି ପୋଲିସ । ଥାନାରେ କାର୍ୟ୍ୟରତ ଜଣେ ମହିଳା ହୋମଗାର୍ଡଙ୍କ ସହ ଅନୈତିକ ସଂପର୍କ ରଖିବା, ବିବାହର ପ୍ରତିଶ୍ରୁତି ଦେଇ ହୋମଗାର୍ଡଙ୍କ ସହ ଶାରିରୀକ ସଂପର୍କ ରଖିବ ଓ ଶେଷରେ ମହିଳା ହୋମଗାର୍ଡଙ୍କୁ ପ୍ରତାରିତ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ତପନ ନାହାକ । ମହିଳା ହୋମଗାର୍ଡଙ୍କ ଅଭିଯୋଗ ପରେ ତପନଙ୍କର ୧୬୪ବୟାନ ମାଜିଷ୍ଟେଟଙ୍କ ସାମ୍ନାରେ ରେକର୍ଡ କରାଯାଇଛି । ଅଭିଯୋଗ ଆଧାରରେ ତପନଙ୍କର ମେଡିକାଲ ଟେଷ୍ଟ ହୋଇଛି । ପରେ ତାଙ୍କୁ ଗିରଫ କରି ଜଗତସିଂହପୁର କୋର୍ଟରେ ହାଜର କରାଯାଇଥିଲା । ଏବେ ତାଙ୍କୁ ଜେଲ ପଠାଇଦିଆଯାଇଛି ।