କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାର ପରେ ସିବିଆଇ ଉପରେ ପ୍ରଶ୍ନ ଉଠାଇଲେ ଆନ୍ଦୋଳନକାରୀ ଡାକ୍ତର। ତଦନ୍ତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଆଜି ବିକ୍ଷୋଭରତ ଡାକ୍ତରମାନେ ପ୍ରଶ୍ନ କରିଛନ୍ତି । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ କୋଲକାତା ସ୍ବାସ୍ଥ୍ୟ ଭବନ ଆଗରେ ଡାକ୍ତରମାନେ ବିକ୍ଷୋଭଜାରି ରଖିଛନ୍ତି। ତଦନ୍ତରେ ବିଳମ୍ବ ହେଊଥିବାରୁ ଫାଷ୍ଟ ଟ୍ରାକ ସିବିଆଇ ତଦନ୍ତ ଦାବି କରିଛନ୍ତି । ଘଟଣାର ୩ ଦିନ ପରେ ଅର୍ଥାତ୍ ଗତ ଅଗଷ୍ଟ ୧୩ ତାରିଖରେ ମାମଲାର ତଦନ୍ତକାର ସିବିଆଇକୁ ଦେଇଥିଲେ କୋଲକାତା ହାଇକୋର୍ଟ । ସେପଟେ ଆଜିଠୁ ଜୁନିୟର ଡାକ୍ତରଡାକ୍ତରମାନେ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାରେ ଯୋଗଦେଇଛନ୍ତି। କିନ୍ତୁ ପିଡ଼ୀତାଙ୍କୁ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଧାରଣା ଜାରୀରହିବ ବୋଲି ଜିଦରେ ଅଟଳ ଅଛନ୍ତି ବକ୍ଷୋଭରତ ଡାକ୍ତର ।
ପଶ୍ଚିମବଙ୍ଗ ସରକାର ପରେ ସିବିଆଇ ଉପରେ ପ୍ରଶ୍ନ ଉଠାଇଲେ ଆନ୍ଦୋଳନକାରୀ ଡାକ୍ତର, ତଦନ୍ତ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଅସନ୍ତୋଷ
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ କୋଲକାତା ସ୍ବାସ୍ଥ୍ୟ ଭବନ ଆଗରେ ଡାକ୍ତରମାନେ ବିକ୍ଷୋଭଜାରି ରଖିଛନ୍ତି। ତଦନ୍ତରେ ବିଳମ୍ବ ହେଊଥିବାରୁ ଫାଷ୍ଟ ଟ୍ରାକ ସିବିଆଇ ତଦନ୍ତ ଦାବି କରିଛନ୍ତି । ଘଟଣାର ୩ ଦିନ ପରେ ଅର୍ଥାତ୍ ଗତ ଅଗଷ୍ଟ ୧୩ ତାରିଖରେ ମାମଲାର ତଦନ୍ତକାର ସିବିଆଇକୁ ଦେଇଥିଲେ କୋଲକାତା ହାଇକୋର୍ଟ ।