ଦୁଇ ଦିନ ସାମାନ୍ୟ ଆଶ୍ବସ୍ତି ପରେ ଆଜିଠୁ ପୁଣି ବଢ଼ିଲା ଶୀତ : ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା

Advertisment

ମାତ୍ର ଦୁଇ ଦିନର ଆଶ୍ବସ୍ତି ପରେ ପୁଣି ବଢିଲା ଶୀତ। ମେଘାଚ୍ଛନ୍ନ ବାଦଲ ହଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା ।  ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା

ମାତ୍ର ଦୁଇ ଦିନର ଆଶ୍ବସ୍ତି ପରେ ପୁଣି ବଢିଲା ଶୀତ। ମେଘାଚ୍ଛନ୍ନ ବାଦଲ ହଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା ।  ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା

WINTER

Photograph: (KANAKNEWS)

କନକବ୍ୟୁରୋ :  ମାତ୍ର ଦୁଇ ଦିନର ଆଶ୍ବସ୍ତି ପରେ ପୁଣି ବଢିଲା ଶୀତ। ମେଘାଚ୍ଛନ୍ନ ବାଦଲ ହଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା ।  ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା ।  ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିଲା । ଏବେ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ଅନୁଗୁଳ, ବୌଦ୍ଧ ଓ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଯାନ୍ତ୍ରିକ ତ୍ରୁଟିରୁ ବିମାନ ଦୁର୍ଘଟଣା ! ଇଣ୍ଡିଆନ୍ ୱାନ୍ ଏୟାର ପ୍ରମୋଟରଙ୍କ ବଡ଼ ସୂଚନା

ସେହିପରି ୧୫ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତ ଯୋଗୁ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ  ଇଛା ପ୍ରକାଶ କରୁନାହାନ୍ତି ।  ଏହାରି ଭିତରେ ଆଗାମୀ ୪ରୁ ୫ ଦିନ ସର୍ବନିମ୍ନ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର।  ସେପଟେ ଅସମ୍ଭାଳ ଥଣ୍ଡାରେ ଥରୁଛି ସହର ଠାରୁ ଗାଁ ଗଣ୍ଡା ।

ଲୋକେ ଶୀତ କବଳରୁ ରକ୍ଷା ପାଇବା ପାଇଁ ଗାଁ ଗାଁରେ ଧ୍ବନି କରି ନିଆଁରେ ସେକି ହେଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିଛି। ଏଥିସହ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତଲହରି ପ୍ରବାହିତ ହେଉଥିବାବେଳେ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦିଲ୍ଲୀରେ ତାପମାତ୍ରା କମ୍‌ ରହିଥିବାବେଳେ ଦିଲ୍ଲୀ, ଏନ୍‌ସିଆର୍‌ ଓ ଉତ୍ତର ଭାରତ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଶୀତ ଲହରି ନେଇ ଚେତାବନୀ ଜାରି କରିଛି।

ଆଇଏମ୍‌ଡି ବୁଲେଟିନ୍‌ ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶ, ଜମ୍ମୁ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଶୀତ ଲହର ପ୍ରବାହିତ ହେବ। ରାଜସ୍ଥାନ, ବିହାର, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ମଣିପୁର ଓ ନାଗାଲାଣ୍ଡର କେତେକ ସ୍ଥାନରେ ଘନକୁହୁଡ଼ି ସହିତ ଶୀତ ଲହରୀ ଅନୁଭୂତ ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଓ ଏନସିଆର୍‌ରେ ଜାନୁଆରି ୧୭ ପର୍ଯ୍ୟନ୍ତ ଘନକୁହୁଡ଼ି ଦୃଶ୍ୟମାନ ହେବ। 

ସୋମବାରର ଆଇଏମ୍‌ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀର ସଫଦରଜଙ୍ଗରେ ସବୁଠୁ କମ୍‌ ୩.୨ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଥିଲା। ଆୟାନଗରଠାରେ ସବୁଠୁ କମ୍‌ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ପାଲମରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରହିଥିଲା। ସଫଦରଜଙ୍ଗରେ ୪ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରହିଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆର୍ନ୍ତଜାତିକ ବିମାନବନ୍ଦରରେ କ୍ୟାଟ୍ ୩ କଟକଣା ଲାଗୁ କରାଯାଇଛି। ଘନକୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମି ଯାଇଥିବାରୁ ଏହି କଟକଣା ଲାଗୁ କରାଯାଇଛି। ବିମାନ ବନ୍ଦର ଅଞ୍ଚଳରେ ଘନକୁହୁଡ଼ି ଥିବାରୁ ସକାଳ ୮ଟାରେ ଜାରି ନୋଟିସରେ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସ୍ଥିତି ଯାଞ୍ଚ କରିବାକୁ କୁହାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe