କନକବ୍ୟୁରୋ : ମାତ୍ର ଦୁଇ ଦିନର ଆଶ୍ବସ୍ତି ପରେ ପୁଣି ବଢିଲା ଶୀତ। ମେଘାଚ୍ଛନ୍ନ ବାଦଲ ହଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ରାତି ତାପମାତ୍ରା । ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲା । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିଲା । ଏବେ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ଅନୁଗୁଳ, ବୌଦ୍ଧ ଓ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଯାନ୍ତ୍ରିକ ତ୍ରୁଟିରୁ ବିମାନ ଦୁର୍ଘଟଣା ! ଇଣ୍ଡିଆନ୍ ୱାନ୍ ଏୟାର ପ୍ରମୋଟରଙ୍କ ବଡ଼ ସୂଚନା
ସେହିପରି ୧୫ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୀତ ଯୋଗୁ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଇଛା ପ୍ରକାଶ କରୁନାହାନ୍ତି । ଏହାରି ଭିତରେ ଆଗାମୀ ୪ରୁ ୫ ଦିନ ସର୍ବନିମ୍ନ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ସେପଟେ ଅସମ୍ଭାଳ ଥଣ୍ଡାରେ ଥରୁଛି ସହର ଠାରୁ ଗାଁ ଗଣ୍ଡା ।
ଲୋକେ ଶୀତ କବଳରୁ ରକ୍ଷା ପାଇବା ପାଇଁ ଗାଁ ଗାଁରେ ଧ୍ବନି କରି ନିଆଁରେ ସେକି ହେଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିଛି। ଏଥିସହ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତଲହରି ପ୍ରବାହିତ ହେଉଥିବାବେଳେ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦିଲ୍ଲୀରେ ତାପମାତ୍ରା କମ୍ ରହିଥିବାବେଳେ ଦିଲ୍ଲୀ, ଏନ୍ସିଆର୍ ଓ ଉତ୍ତର ଭାରତ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଶୀତ ଲହରି ନେଇ ଚେତାବନୀ ଜାରି କରିଛି।
ଆଇଏମ୍ଡି ବୁଲେଟିନ୍ ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶ, ଜମ୍ମୁ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଶୀତ ଲହର ପ୍ରବାହିତ ହେବ। ରାଜସ୍ଥାନ, ବିହାର, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ମଣିପୁର ଓ ନାଗାଲାଣ୍ଡର କେତେକ ସ୍ଥାନରେ ଘନକୁହୁଡ଼ି ସହିତ ଶୀତ ଲହରୀ ଅନୁଭୂତ ହେବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଓ ଏନସିଆର୍ରେ ଜାନୁଆରି ୧୭ ପର୍ଯ୍ୟନ୍ତ ଘନକୁହୁଡ଼ି ଦୃଶ୍ୟମାନ ହେବ।
ସୋମବାରର ଆଇଏମ୍ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀର ସଫଦରଜଙ୍ଗରେ ସବୁଠୁ କମ୍ ୩.୨ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଥିଲା। ଆୟାନଗରଠାରେ ସବୁଠୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ପାଲମରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରହିଥିଲା। ସଫଦରଜଙ୍ଗରେ ୪ ଡିଗ୍ରି ସେଲସିୟସ୍ ତାପମାତ୍ରା ରହିଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆର୍ନ୍ତଜାତିକ ବିମାନବନ୍ଦରରେ କ୍ୟାଟ୍ ୩ କଟକଣା ଲାଗୁ କରାଯାଇଛି। ଘନକୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମି ଯାଇଥିବାରୁ ଏହି କଟକଣା ଲାଗୁ କରାଯାଇଛି। ବିମାନ ବନ୍ଦର ଅଞ୍ଚଳରେ ଘନକୁହୁଡ଼ି ଥିବାରୁ ସକାଳ ୮ଟାରେ ଜାରି ନୋଟିସରେ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସ୍ଥିତି ଯାଞ୍ଚ କରିବାକୁ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/13/winter-2026-01-13-07-16-46.jpg)