କନକବ୍ୟୁରୋ : ଦୁଇଦିନର ଆଶ୍ବସ୍ତି ପରେ ପୁଣି ବଢ଼ିବ ତାତି । ୨୦ ମାର୍ଚ୍ଚ ଯାଏଁ ଗ୍ରୀଷ୍ମପ୍ରବାହର ସମ୍ଭାବନା । ୯ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବା ସହ ତାତି ଅସହ୍ୟ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏକ ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଥଣ୍ଡା ବାୟୁ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।
୪ଦିନ ମଧ୍ୟରେ ୩ରୁ ୪ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି  ।  ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୦ ମାର୍ଚ୍ଚ ଯାଏଁ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ୩୩% ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ହେବାକୁ ଥିବା ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ଫଳରେ କିଛି କିଛି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ । 
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/08/EMmkUtCP6TgLX4OewDjo.jpg)