ଟ୍ରମ୍ପଙ୍କ ଟାରିଫ୍ ପରେ ପ୍ରଧାନମନ୍ତ୍ରୀଙ୍କ ମନେ ପଡିଲା ସ୍ୱଦେଶୀ ଆନ୍ଦୋଳନ କଥା, ଜାଣନ୍ତୁ ୨୦୧୪ ପରେ କେତେ ସଫଳ ହୋଇଛି ସ୍ୱଦେଶୀ ଆନ୍ଦୋଳନ

୨୦୧୫ ମସିହାରେ କେନ୍ଦ୍ର ସରକାର ସ୍ୱଦେଶୀ ଆନ୍ଦୋଳନକୁ ଆଗକୁ ନେବାକୁ ମେକ୍ ଇନ୍ ଇଣ୍ଡିଆ, ଷ୍ଟାଟଅପ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ, କୌଶଳ ବିକାଶ ନାମରେ ଅନେକ ଯୋଜନା ଘୋଷଣା କରିଥିଲେ । ଆଉ ଘୋଷଣା କରିଥିଲେ କି ୨୦୨୦ ସୁଦ୍ଧା ସକଳ ଉତ୍ପାଦରେ ସ୍ୱଦେଶୀର ଯୋଗଦାନ ୨୫ ପ୍ରତିଶତ ହେବ । 

55

କନକ ବ୍ୟୁରୋ : ଦେଶ ସ୍ୱାଧୀନ ହେବା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାର ଅର୍ଥ ଏହା ଥିଲା କି, ଆମେ ଯଥା ସମ୍ଭବ ଆମେ ବ୍ୟବହାର କରୁଥିବା ସାମଗ୍ରୀ ନିଜ ଦେଶରେ ପ୍ରସ୍ତୁତ କରିବା । ବାହାର ଦେଶରୁ ଆମଦାନି  କମ୍ କରିବା, ବାହାର ଦେଶ ଉପରେ କମ୍ ନିର୍ଭରଶୀଳ ହେବା ଓ ବାହାର ଦେଶକୁ ଦେଶ ରାଜକୋଷରୁ କମ୍ ଟଙ୍କା ଦେବା, ଏଭଳି କରିବା ଦ୍ୱାରା ଅନ୍ୟଦେଶମାନେ ଆମ ଉପରେ ମନଇଚ୍ଛା ଟ୍ୟାକ୍ସ ଲଗାଇପାରିବେ ନାହିଁ । ହେଲେ ସ୍ୱାଧୀନତାର ୭ ଦଶନ୍ଧି ପରେ ସ୍ୱଦେଶୀ ଆନ୍ଦୋଳନର ସ୍ଥିତି, ଦେଶର ସକଳ ଘରୋଇ ଉତ୍ପାଦର ପ୍ରତିଶତକୁ ଦେଖିଲେ ସ୍ୱଦେଶୀ ଆନ୍ଦୋଳନ ଯେ ଭାରତର ସରକାରଙ୍କ ପାଇଁ ଏକ ରାଜନୈତିକ ନାରା ଏହା ବୁଝିବାକୁ ବାକି ନାହିଁ । 

ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । ସ୍ୱାଧୀନତା ଆନ୍ଦୋଳନ ବେଳେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନ କଥା ଆଜି କାହିଁକି ଖବରର ସିରୋନାମା ପାଲଟିଛି । ଏହାର ପ୍ରଥମ କାରଣ ହେଲା ଯେତେବେଳେ ପଡ଼ୋଶୀ ରାଷ୍ଟ୍ର ଆମେରିକା ଭାରତ ଉପରେ ଟାରିଫ୍ ବୋମା ପକାଇବାରେ ଲାଗିଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀରେ ସ୍ୱଦେଶୀ ଆନ୍ଦୋଳନକୁ ନେଇ ଭାଷଣ ଦେଉଛନ୍ତି । ଏଥିରେ ସେ ସଭାରେ ଉପସ୍ଥିତ ଥିବା ଲୋକଙ୍କୁ ସ୍ୱଦେଶୀ ଆନ୍ଦୋଳନ ପାଇଁ ସଂକଳ୍ପ ଦିଆକରାଉଛନ୍ତି । 

୨୦୧୫ ମସିହାରେ କେନ୍ଦ୍ର ସରକାର ସ୍ୱଦେଶୀ ଆନ୍ଦୋଳନକୁ ଆଗକୁ ନେବାକୁ ମେକ୍ ଇନ୍ ଇଣ୍ଡିଆ, ଷ୍ଟାଟଅପ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ, କୌଶଳ ବିକାଶ ନାମରେ ଅନେକ ଯୋଜନା ଘୋଷଣା କରିଥିଲେ । ଆଉ ଘୋଷଣା କରିଥିଲେ କି ୨୦୨୦ ସୁଦ୍ଧା ସକଳ ଉତ୍ପାଦରେ ସ୍ୱଦେଶୀର ଯୋଗଦାନ ୨୫ ପ୍ରତିଶତ ହେବ । 

ଏନେଇ ୨୦୧୪ ରେ ଶିଳ୍ପକୁ ନେଇ ଏକ ଜାତୀୟ କର୍ମଶାଳା ଆୟୋଜନ ହୋଇଥିଲା । ଏଥିରେ ୨୦୧୭ ସୁଦ୍ଧା ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ଘରୋଇ ସକଳ ଉତ୍ପାଦରେ ମେନୁଫେକଚରିଂ ସେକ୍ଟରର ଯୋଗଦାନ ୨୫ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଏକ ନୂଆ ମନ୍ତ୍ରଣାଳୟ ଗଠନ କରିଥିଲେ । ଏହି ନିଷ୍ପତ୍ତି ଉପରେ କେନ୍ଦ୍ର ସରକାର ଏବେ ବି ବଳବତ୍ତର ରହିଛନ୍ତି । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି କି ୨୦୨୫ ସୁଦ୍ଧା ଘରୋଇ ଉତ୍ପାଦରେ ମେନୁଫେକଚରିଂ ସେକ୍ଟରର ଯୋଗଦାନ ୨୫ ପ୍ରତିଶତ ହେବ । ହେଲେ ବାସ୍ତବ ଚିତ୍ର କହୁଛି ୨୦୧୬-୧୭ ରେ ଏହାର ଯୋଗାଦାନ ୧୭ ପ୍ରତିଶତ, ୨୦୧୭-୧୮ ରେ ୧୭.୩ ପ୍ରତିଶତ ଥିଲା । ଅର୍ଥାତ ସଂକଳ୍ପର ୧୦ ବର୍ଷ ପରେ ମଧ୍ୟ ସ୍ୱଦେଶୀ ସଂକଳ୍ପ କେବଳ ନାରାରେ ରହିଯାଇଛି । କାରଣ  ନରେନ୍ଦ୍ର  ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୧୪ ରେ ମଧ୍ୟ ଘରୋଇ ଉତ୍ପାଦରେ ମେନୁଫେକଚରିଂର ଯୋଗଦାନ ୧୮ ପ୍ରତିଶତ ଥିଲା । କେନ୍ଦ୍ର ସରକାର ସ୍ୱଦେଶୀ ଆନ୍ଦୋଳନର ସଂକଳ୍ପ ନେବାର ୧୦ ବର୍ଷ ପରେ ଏହାର ପ୍ରତିଶତ ବଢିବା ବଦଳରେ କମିବାରେ ଲାଗିଛି ।

ପଟେ କେନ୍ଦ୍ର ସରକାରଙ୍କ ସ୍ୱଦେଶୀ ଆନ୍ଦୋଳନର ବଡ଼ ଯୋଜନା ଥିଲା କୌଶଳ ବିକାଶ । ହେଲେ ଏହାର ସ୍ଥିତି ଏତେ ଦୁର୍ବଳ ଯେ ଏହି ରିପୋର୍ଟ ତାର ପ୍ରମାଣ । କୌଶଳ ବିକାଶ ଯୋଜନାରେ ଏପର୍ଯ୍ୟନ୍ତ ୧କୋଟି ୭୬ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧ କୋଟି ୬୩ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଶିକ୍ଷଣ ପରେ ୧ କୋଟି ୨୫ ଲକ୍ଷ ଲୋକଙ୍କୁ ପ୍ରମାଣପତ୍ର ଦିଆଯାଇଥିଲେ ବି ମାତ୍ର ୨୧ ଲକ୍ଷ ୮୪ ହଜାର ଅର୍ଥାତ ମୋଟ ପଞ୍ଜିକରଣର ୧୨.୪୦ ପ୍ରତିଶତ ଲୋକଙ୍କୁ କର୍ମ ନିଯୁକ୍ତି ଦିଆଯାଇଛି । 

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଏବେ ଆସେମ୍ପଲ ଇଣ୍ଡିଆରେ ପରିଣତ ହୋଇଛି । ଯାହାକୁ ନେଇ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି । ଏହାର ଅର୍ଥ ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ବିଦେଶର ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଭାରତରେ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ । ହେଲେ ତାହା ଏବେ ଆସେମ୍ପଲ ଇଣ୍ଡିଆ ହୋଇଛି । ଅର୍ଥାତ ପ୍ରତ୍ୟକ ଜନିଷ ନିର୍ମାଣ କରିବାକୁ ବାହାରୁ ସମସ୍ତ ପାର୍ଟସ୍ ଆସୁଛି ଓ ଭାରତରେ କେବଳ ଏହାକୁ ଆସେମ୍ପଲ ବା ଏକାଠି କରି ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଯାହା କି ମେକ୍ ଇନ୍ ଇଣ୍ଡିଆର ମୂଳ ଢାଞ୍ଚା, ରଖାଯାଇଥିବା ସ୍ୱପ୍ନକୁ ସାକାର କରିବାରେ ବିଫଳ ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe