କନକ ବ୍ୟୁରୋ: ବନ୍ୟା ଛାଡ଼ିଯିବା ପରେ ବାସ ସଜାଡୁଛନ୍ତି ବିପନ୍ନ। ସୁବର୍ଣ୍ଣରେଖା ବନ୍ୟା ଛାଡି ଯିବାର ୫ ଦିନ ପରେ ବି ଭୋଗରାଇର ଅନେକ ପରିବାର ଦୁର୍ଦଶା ଭିତରେ ଜୀବନ କାଟୁଛନ୍ତି।  କୁସୁଡ଼ା ପଂଚାୟତର କୁସୁଡାର ଗାଁର ଜୟନ୍ତୀ ଜେନାଙ୍କ ଘର କାଦୁଅ ଅବସ୍ଥାରେ ରହିଛି। ଘରେ ରୋଷେଇ କରି ଖାଇବା ସମ୍ଭବ ହେଉନାହିଁ। ଭଙ୍ଗାଦଦରା ଘରକୁ ପୁଣି ଥରେ ଠିଆ କରିବାକୁ ପୁରା ପରିବାର କାମରେ ଲାଗିଛନ୍ତି । ଏପଟେ ପୁଣି ସୁବର୍ଣ୍ଣରେଖା ବନ୍ୟା ଆଶଙ୍କ ଲୋକଙ୍କୁ ଭୟଭିତ କରାଇଛି।

Advertisment

ଲଗାଣ ବର୍ଷାରେ ଉଜୁଡିଲା ପନି ପରିବା ଚାଷ। ଚିନ୍ତାରେ ବାଲେଶ୍ଵର ସୋର ବ୍ଲକ୍ ଖୁଣ୍ଟା ଅଞ୍ଚଳର ଚାଷୀ। ଜିଲ୍ଲାର ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭରଶିଳ। ଧାନ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି। ହେଲେ ଗତକିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଛି। ପନିପରିଵା ଚାଷ ଉଜୁଡ଼ି ଯିବାର ଆଶଙ୍କା କରି ଚାଷୀକୂଳ ହତାଶ ହୋଇପଡିଛନ୍ତି। ଅଦିନିଆ ବର୍ଷା ଯୋଗୁଁ ପନିପରିବା ଗଛ ପଚିଯାଇ ନଷ୍ଟ ହେବାକୁ ବସିଲାଣି । ପୋଟଳ, କଲରା, ପୋଇ, ଭେଣ୍ଡି, କାକୁଡି ଆଦି ପନିପରିବା ବିଲରେ ବର୍ଷା ପାଣି ଜମି ରହିଛି।