କନକ ବ୍ୟୁରୋ : ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଅଗ୍ରସର ହେଉଛି । ଏହି ଯୁଦ୍ଧ ଭିତରେ ଆମେରିକା ଏବେ ଇରାନ ସମର୍ଥନରେ ସାମ୍ନାକୁ ଆସିଛି । ଆମେରିକା ସିଧାସଳଖ ଇରାନର ପରମାଣୁ ସ୍ଥଳରେ ଆକ୍ରମଣ କରିବା ପରେ ଆଜି ଇରାନ ରକ୍ତମୁଖା ହୋଇଛି । ଇରାନ ଏବେ ୨୫ ଟି ମିସାଇଲ ଇସ୍ରାଏଲ ଉପରେ ମାଡ କରି ଇସ୍ରାଏଲର ବିଭିନ୍ନ ସହରକୁ ଧ୍ୱଂଶ ସ୍ତୁପରେ ପରିଣତ କରିଛି । ଆଇଡିଏଫ୍ ବା ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି କି, ଇରାନ ଆକ୍ରମଣ କରିବା ସହ ଅନେକ ସହରରେ ବିପଦ ସଂକେତ ସାଇରନ ବଜାଇଛି । 

Advertisment

ସେପଟେ ଆମେରିକାର ଆକ୍ରମଣକୁ ନେଇ ଇରାନ ବିଦେଶମନ୍ତ୍ରୀ କହିଛନ୍ତି କି, ଇରାନର ନିଜ ରକ୍ଷାର ଅଧିକାର ରହିଛି । ଇରାନ ଦ୍ୱାରା ଆକ୍ରମଣ ବଢିବା ପରେ ଇସ୍ରାଏଲ ପୂରା ଦେଶରେ ହାଇ ଆର୍ଲଟ ଜାରି କରିଛି । 

ଆମେରିକା ଇରାନ ଉପରେ ଯେଉଁ ଆକ୍ରମଣ କରିଛି ସେଥିରେ ଇରାନର ବିଶେଷ କିଛି କ୍ଷତି ହୋଇନାହିଁ । ଏନେଇ ଇରାନ ତରଫରୁ ଫଟୋ ଜାରି କରି କହିଛି କି, ଆମେରିକା ଆକ୍ରମଣ କରିବ ବୋଲି ଆମକୁ ପୂର୍ବରୁ ସୂଚନା ରହିଥିଲା । 

ଏହି ଯୁଦ୍ଧ ବିଶେଷ କରି ଯେଉଁ କାରଣକୁ ନେଇ ହେଉଛି ତାକୁ ନେଇ ଇରାନ ମଧ୍ୟ ପ୍ରତିକ୍ରିୟା ଦେଇଛି । ଇରାନ ପରମାଣୁ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ବୟାନ ମୁତାବକ ଆମେରିକାର ଏହି ଆକ୍ରମଣ ଫଳରେ ଇରାନ ପରମାଣୁ ସ୍ଥଳରେ ବିଶେଷ କ୍ଷତି ହୋଇନାହିଁ । ସେପଟେ ଏବେ ଇରାନ ସପକ୍ଷରେ ହୁତି ବିଦ୍ରୋହୀ ଆଗକୁ ଆସିଛି । ହୋତି ବିଦ୍ରୋହୀ ସଂଗଠନ କହିଛି କି, ଏହି ଆକ୍ରମଣ ପାଇଁ ଆମେରିକାକୁ ବହୁମୂଲ୍ୟ ଦେବାକୁ ପଡିବ