କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦକୁ ନେଇ ଚାଲିଥିବା ଏସଆଇଟି ତଦନ୍ତ ସ୍ଥଗିତ ରଖାଯାଇଛି । ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ୟ୍ୟନ୍ତ ଏସଆଇଟି ତଦନ୍ତ ହୋଇପାରିବ ନାହିଁ । ଆଜି ଆନ୍ଧ୍ରପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଲଡୁ ପ୍ରସ୍ତୁତ ପ୍ରଣାଳୀ ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆଣିଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନବାଚୀ ସୃଷ୍ଟି କରିବାର ଦିନକ ପରେ ସରକାର ଏସଆଇଟି ତଦନ୍ତକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୩ରେ ସୁପ୍ରିମକୋର୍ଟ ତିରୁପତି ଲଡୁ ବିବାଦର ପରବର୍ତ୍ତୀ ଶୁଣାଣି କରିବେ । ସେପ୍ଟେମ୍ବର ୩୦ରେ ଏ ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ପ୍ରଶ୍ନ ଉଠାଇଥିଲେ ସର୍ବୋଚ୍ଚ ଅଦାଲତ । ତଦନ୍ତ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବାର କଣ ଆବଶ୍ୟକ ଥିଲା ବୋଲି ସୁପ୍ରିମକୋର୍ଟ କହିଥିଲେ । ଏଥିସହ ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖିବାକୁ ଅପିଲ୍ କରିଥିଲେ।
ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ତିରୁପତି ଲଡୁ ବିବାଦରେ ଏସଆଇଟି ତଦନ୍ତ ସାମୟିକ ସ୍ଥଗିତ । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶକୁ ରାଜ୍ୟ ପୋଲିସର ଅପେକ୍ଷା
ଲଡୁ ପ୍ରସ୍ତୁତ ପ୍ରଣାଳୀ ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆଣିଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନବାଚୀ ସୃଷ୍ଟି କରିବାର ଦିନକ ପରେ ସରକାର ଏସଆଇଟି ତଦନ୍ତକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୩ରେ ସୁପ୍ରିମକୋର୍ଟ ତିରୁପତି ଲଡୁ ବିବାଦର ପରବର୍ତ୍ତୀ ଶୁଣାଣି କରିବେ ।