କନକ ବ୍ୟୁରୋ : ସୁନ୍ଦରଗଡ଼ରେ କୋଇଲା ଚୋରି ମାମଲାରେ ଚାଲିଛି ତଦନ୍ତ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡ଼ାରେ ପହଞ୍ଚି ତଦନ୍ତ କରୁଛି ଚାରି ଜଣିଆ ଟିମ୍ । ଏସଏମସି କାରଖାନାରେ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜିଲ୍ଲା ଖଣି ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ପାଇଁ ଏହି ଟିମ ଗଠନ ହୋଇଛି ।
ଟିମରେ ଜିଲ୍ଲା ପ୍ରଦୂଷଣ ଅଧିକାରୀ, ତହସିଲଦାର ଓ ପୋଲିସ ଉପସ୍ଥିତ ଅଛନ୍ତି । ତେବେ ପ୍ରାୟ ମାସେ ହେବ ତଦନ୍ତ ଚାଲିଥିଲେ ବି ଏଯାଏ ମାଫିଆଙ୍କ ପାଖରେ ପହଞ୍ଚି ପାରିନି ପ୍ରଶାସନ । କନକ ନ୍ୟୁଜରେ କୋଇଲା ଚୋରିର ପର୍ଦ୍ଦାଫାଶ ହେବା ପରେ ଲଗାତାର ଚଢ଼ାଉ କରିବା ସହ ତଦନ୍ତ ହେଉଛି କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟ କାର୍ପଟଦାରର ମୁଖା ଖୋଲିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/05/01/NQdMubCxNnQI1RVQ32FD.jpg)