ସାତଭାୟାର ସାଙ୍ଘାତିକ ସ୍ଥିତି, ବାତ୍ୟା ପରେ ବୁଲା ଗାଈ-ଗୋରୁଙ୍କୁ ମିଳୁନି ଦାନା

Advertisment

ରାଜନଗର ସାତଭାୟାର ସାଙ୍ଘାତିକ ସ୍ଥିତି । ବାତ୍ୟା ଦାନା ପରେ ବୁଲା ଗାଈ-ଗୋରୁଙ୍କୁ ମିଳୁନି ଦାନା। ଗୋ-ମାତାଙ୍କ ଶରୀର କଙ୍କାଳ ପାଲଟି ଗଲାଣି । ଅନାହାରରେ ୫୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢଙ୍କ ମୃତ୍ୟୁ ଅଭିଯୋଗ ।

ରାଜନଗର ସାତଭାୟାର ସାଙ୍ଘାତିକ ସ୍ଥିତି । ବାତ୍ୟା ଦାନା ପରେ ବୁଲା ଗାଈ-ଗୋରୁଙ୍କୁ ମିଳୁନି ଦାନା। ଗୋ-ମାତାଙ୍କ ଶରୀର କଙ୍କାଳ ପାଲଟି ଗଲାଣି । ଅନାହାରରେ ୫୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢଙ୍କ ମୃତ୍ୟୁ ଅଭିଯୋଗ ।

cow

କନକ ବ୍ୟୁରୋ : ସାତଭାୟାର ସତ କାହାଣୀ। ଅନାହାରରେ ୮ଶହ ଗାଈଗୋରୁ। ବାତ୍ୟା ଦାନା ପରେ ଗୋ-ମାତାଙ୍କୁ ମିଳୁନି ଦାନା। ମଣିଷକୁ ଭୋକ କଲେ ଗୋଟିଏ ଘଂଟା ରହିବା କଷ୍ଟକର। କିନ୍ତୁ ଏଠି ଗାଈ-ଗୋରୁଙ୍କୁ ଦିନ ଦିନ ଧରି  ମିଳୁନି ଖାଦ୍ୟ। ଗୋ-ମାତାଙ୍କ ଶରୀର କଙ୍କାଳ ପାଲଟି ଗଲାଣି। ଅନେକ ତ ଆଖି ବୁଝି ସାରିଲେଣି । ଏବେ ଯେଉଁମାନେ ସାତଭାୟାର ବାଲିପଠାରେ ବିକଳ ହୋଇ ବୁଲୁଛନ୍ତି ସେମାନଙ୍କ ଅବସ୍ଥା ନକହିବା ଭଲ। ସମୁଦ୍ର ଗାଁକୁ ଗିଳିଦେଲା। ଲୋକେ ଘର ଦ୍ୱାର ଛାଡି ଥଇଥାନ କେନ୍ଦ୍ରକୁ ଚାଲିଗଲେ। ହେଲେ ଭିଟାମାଟିରେ ଛାଡି ଦେଇଗଲେ ସେମାନେ ପାଳୁଥିବା ଏହି ନିରିହ ପଶୁଙ୍କୁ। ଯେଉଁମାନେ କଥା କହିପାରିବେ ନାହିଁ। ଭୋକ ହେଲେ କାହାକୁ ମାଗିପାରିବେ ନାହିଁ। କାହାରି କାନରେ ସେମାନଙ୍କ ଡାକ ଶୁଭିବ ନାହିଁ ।

ଏବେ ଠିକ୍ ସେଇଆ ହୋଇଛି। ଭୋକରେ ମାସମାସ ଧରି ରହିଥିବା ବୁଲା ଗାଇଗୋରୁ ଏବେ ମରିଗଲେଣି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ସାତଭାୟାରେ ପଶୁଙ୍କ ପାଇଁ ଭୟଙ୍କର ଖାଦ୍ୟାଭାବ। ଅନାହାରରେ ୮୦୦ରୁ ଅଧିକ ଗାଈ, ବାଛୁରୀ ଓ ଷଣ୍ଢ। ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଗୋରୁ ମରିଗଲେଣି। ସାତଭାୟା ବାସୀ ବଗପାଟିଆ ଥଇଥାନ ସ୍ଥଳରେ ରହୁଥିଲେ ମଧ୍ୟ ଅଧିକାଂଶ ଲୋକଙ୍କ ଗାଇଗୋରୁ ସାତଭାୟାରେ ରହୁଥିଲେ। ବଙ୍ଗୋପସାଗର କୂଳରେ ଥିବା ଏହି ଅଞ୍ଚଳରେ ଲୁଣି ପାଣି ଯୋଗୁ ଗୋରୁମାନେ ନା ଠିକ ସେ ଖାଦ୍ୟ ଖାଇପାରୁଛନ୍ତି। ନାଁ ପାଣି ପାଇପାରୁଛନ୍ତି। ବାତ୍ୟା ଦାନା ପ୍ରଭାବରେ ଯେତିକି ଗୋରୁ ମରିଛନ୍ତି ତା'ଠାରୁ ଅଧିକ ଗୋରୁ ଖାଦ୍ୟ ପାନୀୟ ଅଭାବରୁ ମରିଗଲେଣି ବୋଲି ଜଣାପଡ଼ିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe