ବିମାନ ପରେ ଏବେ ହୋଟେଲକୁ ଧମକ ; ପୋଲିସର ଜୋରଦାର ସର୍ଚ୍ଚ

ବିମାନ ପରେ ହୋଟେଲକୁ ବୋମା ଧମକ । ଗୁଜରାଟର ୧୦ ଓ ତିରୁପତିର ୩ ହୋଟେଲକୁ ଆସିଲା ଧମକପୂର୍ଣ୍ଣ ଇ-ମେଲ । ପୋଲିସର ତଦନ୍ତ, ଟାର୍ଗେଟ୍ କରାଯାଇଥିଲା ହୋଟେଲରେ ଜୋରଦାର ସର୍ଚ୍ଚ ଅପରେସନ୍ ।

10hotwl

କନକ ବ୍ୟୁରୋ: ବିମାନ ପରେ ଏବେ ହୋଟେଲକୁ ବୋମା ଧମକ । ଗୁଜରାଟର ରାଜକୋଟରେ କିଛି ଫାଇଭ୍ ଷ୍ଟାର ହୋଟେଲ ସମେତ ମୋଟ୍‌ ୧୦ଟି ହୋଟେଲକୁ‌ ବୋମା ବିସ୍ଫୋରଣ ଧମକ ମିଳିଛି । ଇମେଲ୍‌ ଯୋଗେ ଏହି ଧମକ ମିଳିଛି ।  ଇମ୍ପେରିଆଲ ପ୍ୟାଲେସ୍‌, ସାୟାଜି ହୋଟେଲ୍‌, ସିଜନ୍ସ ହୋଟେଲ ଏବଂ ଗ୍ରାଣ୍ଡ୍‌ ରିଜେନ୍ସି ହୋଟେଲକୁ ଟାର୍ଗେଟ୍‌ କରାଯାଇଛି । ରାଜକୋଟ ପୁଲିସ ଏହି ଘଟଣାରେ ତଦନ୍ତ କରୁଛି । 

ଟାର୍ଗେଟ୍‌ କରାଯାଇଥିବା ହୋଟେଲ ଗୁଡ଼ିକରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଯାଇଛି । ଇମେଲ୍‌ ଦ୍ୱାରା ବୋମା ବିସ୍ଫୋରଣ ହେବା ନେଇ ଯେଉଁ ଧମକ ଦିଆଯାଇଛି ସେଥିରେ ଲେଖାଯାଇଛି, ମୁଁ ହୋଟେଲର ପ୍ରତି ସ୍ଥାନରେ ବୋମା ଖଞ୍ଜିଛି । କିଛି ସମୟ ମଧ୍ୟରେ ବିସ୍ଫୋରଣ ହେବ ଏବଂ ଅନେକ ନିରୀହଙ୍କ ଜୀବନ ଯିବ । ଖୁବଶୀଘ୍ର ହୋଟେଲ୍‌ ଖାଲି କର । ପାର୍ବଣ ଋତୁ ସମୟରେ ଏଭଳି ଧମକ ମିଳିଥିବାରୁ ହୋଟେଲ୍‌ରେ ରହୁଥିବା ଲୋକଙ୍କର ଚିନ୍ତା ବଢ଼ିଛି । 

ସେହିପରି ଆନ୍ଧ୍ରପ୍ରଦେଶର ତିରୁପତିରେ ମଧ୍ୟ ୩ଟି ପ୍ରମୁଖ ହୋଟେଲକୁ ବୋମା ଧମକ ମିଳିଛି । ଏହି ଧମକ ମିଳିବା ପରେ ପୁଲିସ ଏବଂ ସ୍ନାଇଫର ଡଗ୍‌ ହୋଟେଲରେ ସର୍ଚ୍ଚ ଅପରେସନ୍‌ କରିଥିଲେ । ତେବେ ଏହା ମିଥ୍ୟା ଧମକ ବୋଲି ପୋଲିସ ସ୍ପଷ୍ଟ ହୋଇଛି । ଗତ ୧୦ ଦିନ ମଧ୍ୟରେ ୨୫୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିବାବେଳେ ଏବେ ପୁଣି ହୋଟେଲକୁ ବୋମା ଧମକ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe