କନକ ବ୍ୟୁରୋ : ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଅସ୍ତରଙ୍ଗରେ ବଢ଼ିଲା ଉପକୂଳ ସୁରକ୍ଷା । ଗତ ୨୨ ତାରିଖରେ କାଶ୍ମୀର ପେହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ପରେ ସାରାଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶେଷରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତ ସୃଷ୍ଟି ହୋଇଛି । ସେଥିପାଇଁ ଓଡ଼ିଶାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପୁରୀ ଶ୍ରୀମନ୍ଦିର କୋଣାର୍କ ପରେ ଅସ୍ତରଙ୍ଗରେ ଉପକୂଳରେ ଇଣ୍ଟରସେପ୍ଟର ବୋଟରେ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି । ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଆଉ ସମୁଦ୍ର ପଥରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ସହ ଇଣ୍ଟରସେପ୍ଟର ବୋଟରେ କାର୍ଯ୍ୟରତ ତଟରକ୍ଷୀ ଷ୍ଟାଫ୍ ନଦୀରେ ପଇଁତରା ମାରୁଛନ୍ତି । ଏବେ ମାଛମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ମାଛ ଧରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
ପହଲଗାମ ଆକ୍ରମଣ ପରେ ଉପକୂଳରେ ବଢିଲା ସୁରକ୍ଷା । ଅସ୍ତରଙ୍ଗ ସମୁଦ୍ରରେ ପଇଁତରା ମାରୁଛନ୍ତି ତଟ ସୁରକ୍ଷା ବାହିନୀ
ଶେଷରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତ ସୃଷ୍ଟି ହୋଇଛି । ସେଥିପାଇଁ ଓଡ଼ିଶାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।
/kanak/media/media_files/2025/04/26/TqUvVUWxA9yTOyoLsv4Q.jpg)