ଜଳ, ସ୍ଥଳ, ଆକାଶ ସବୁ ଦିଗରୁ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତି, ନୌସେନାର ଜବରଦସ୍ତ ଯୁଦ୍ଧାଭ୍ୟାସ ପରେ ବାୟୁସେନାକୁ ମିଳିଲା ଅଧିକ କ୍ଷମତା

Advertisment

ନୌସେନାର ଜବରଦସ୍ତ ଯୁଦ୍ଧାଭ୍ୟାସ ପରେ ବାୟୁସେନାକୁ ମିଳିଲା ଅଧିକ କ୍ଷମତା । ସେପଟେ ଉତ୍ତରପ୍ରଦେଶ ଶାହଜାହାନପୁରରେ ଗର୍ଜୁଛି ଯୁଦ୍ଧ ବିମାନ ।

ନୌସେନାର ଜବରଦସ୍ତ ଯୁଦ୍ଧାଭ୍ୟାସ ପରେ ବାୟୁସେନାକୁ ମିଳିଲା ଅଧିକ କ୍ଷମତା । ସେପଟେ ଉତ୍ତରପ୍ରଦେଶ ଶାହଜାହାନପୁରରେ ଗର୍ଜୁଛି ଯୁଦ୍ଧ ବିମାନ ।

ଯୁଦ୍ଧାଭ୍ୟାସ ଜୋରଦାର

ଯୁଦ୍ଧାଭ୍ୟାସ ଜୋରଦାର Photograph: (KanakNews)

କନକ ବ୍ୟୁରୋ: ଜଳ, ସ୍ଥଳ ଓ ଆକାଶ । ସବୁଆଡୁ ପାକିସ୍ତାନକୁ ଘେରିବାକୁ ଭାରତର ପ୍ରସ୍ତୁତି । ଗୋଟିଏ ପଟେ ଆରବ ସାଗରରେ ନୌସେନାର ଜୋରଦାର ସମରଭ୍ୟାସ ଏପଟେ ବାୟୁସେନାର ବଢ଼ିଲା ବଳ । ରାଫେଲ୍‌  ଯୁଦ୍ଧ ବିମାନରେ ଲାଗିବ ଶକ୍ତିଶାଳୀ ବ୍ରହ୍ମୋସ୍ ମିଜାଇଲ୍ । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବା ବ୍ରହ୍ମୋସ୍ ମିଜାଇଲ । ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ସହ ତିକ୍ତତା ଚରମରେ ପହଞ୍ଚିଛି । ଆଉ ଏତିକିବେଳେ ରାଫେଲର ଆକ୍ରମଣ କ୍ଷମତା ବଢ଼ାଇଛି ଭାରତୀୟ ନୌସେନା । ବ୍ରହ୍ମୋସ୍ ସୁପର ସୋନିକ୍ ମିଜାଇଲର ଛୋଟ ଭର୍ସନ୍ ଏବେ ରାଫେଲରେ ମୁତୟନ ରହିବ । ଶତ୍ରୁଙ୍କୁ ମାତ୍‌ ଦେବାକୁ ରାଫେଲ୍‌ର କ୍ଷମତା ବଢ଼ାଯାଇଛି ।  
ଜଳ, ସ୍ଥଳ, ଆକାଶରୁ ଟାର୍ଗେଟ୍ !

ଆରବ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ 
ବାୟୁସେନାର ବି ବଢ଼ିଲା ବଳ
ରାଫେଲ୍‌ ଯୁଦ୍ଧ ବିମାନରେ ଲାଗିବ ବ୍ରହ୍ମୋସ୍ ମିଜାଇଲ୍
ବ୍ରହ୍ମୋସ୍ ମିଜାଇଲର ଛୋଟ ଭର୍ସନ୍‌ ଲାଗିବ 
ମିଜାଇଲର ଓଜନ ୧.୪ ଟନ୍, ୬ ମିଟର ଲମ୍ବ , ୫୦ ସେ.ମି ବ୍ୟାସ
ସୁପରସୋନିକ୍ ମିଜାଇଲରୁ ୫୦ ପ୍ରତିଶତ ହାଲୁକା ଓ ୩ ମିଟର ଛୋଟ
ମିଜାଇଲର ଯୁଦ୍ଧଭେଦି କ୍ଷମତା ୨୯୦ କିମି
ଜଳ, ସ୍ଥଳ ଓ ଆକାଶରୁ ଟାର୍ଗେଟ କରିବା କ୍ଷମତା ରହିଛି
ପୂର୍ବରୁ ନୌସେନାକୁ ମିଳିଛି ରଫେଲ୍‌ ଯୁଦ୍ଧ ବିମାନ
ଆଇଏନ୍‌ଏସ ବିକ୍ରାନ୍ତରୁ ଅପରେଟ୍‌ ହେବ ସମସ୍ତ ରାଫେଲ-ଏମ୍‌ ଜେଟ୍
ସମୁଦ୍ର ପଥରେ ଆତଙ୍କୀସ୍ତାନକୁ ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇ ରହିବ ରାଫେଲ୍‌-ଏମ୍‌
ଗୋଟିଏ ମିନିଟ୍‌ରେ ୧୮ ହଜାର କିଲୋମିଟର ଯାଏଁ ଉଡ଼ିପାରିବ ରାଫେଲ୍‌ ଯୁଦ୍ଧ ବିମାନ
୫୦ ହଜାର ଫୁଟ୍‌ ଉଚ୍ଚରେ ଉଡ଼ି ୩, ୭୦୦ କିମି ଯାଏଁ ଲକ୍ଷ୍ୟଭେଦ କରିବାକୁ ସମର୍ଥ
ଏଥିରେ ଲାଗିଥିବା ରାଡାର ୧୦୦ କିମି ଭିତରେ ୪୦ଟି ଟାର୍ଗେଟ ଉପରେ ନଜର ରଖିପାରିବ  
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe